ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ: ସାରି ଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ ୦୫/୦୭ : ଜୁଲାଇ ମାସରେ ରାଷ୍ଟ୍ରୀୟ, ରାଜ୍ୟ ଓ କ୍ଷେତ୍ର ଅବକାଶ ଅନୁଯାୟୀ ୧୫ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ। ବ୍ୟାଙ୍କ ୧୫ ଦିନ ବନ୍ଦ ରହିବା ଯୋଗୁଁ ଲୋକଙ୍କୁ ବ୍ୟାଙ୍କ କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସେଥିପାଇଁ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଚେକ କରିନେବା ଉଚିତ। ତେବେ ବ୍ୟାଙ୍କ ଛୁଟି ସମୟରେ ଅନଲାଇନ କାରବାରରେ କୌଣସି ଅସୁବିଧା ହେବନାହିଁ। ତେବେ ବ୍ୟାଙ୍କ ବନ୍ଦ ହେବା ଯୋଗୁଁ ଏଟିଏମରେ କ୍ୟାସ ସମସ୍ୟା ହୋଇପାରେ।

ସୂଚନା ଅନୁଯାୟୀ, ଜୁଲାଇରେ ପର୍ବ ପର୍ବାଣି ଓ ଅନ୍ୟାନ୍ୟ ଛୁଟି ସହ ଶନିବାର ଓ ରବିବାର ଅବକାଶକୁ ମିଶାଇ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଜୁଲାଇରେ ପର୍ବପର୍ବାଣି ଯୋଗୁଁ ବ୍ୟାଙ୍କ ୯ ଦିନ ବନ୍ଦ ରହିବ। ତା’ଛଡା ଶନିବାର ଓ ରବିବାର ଛୁଟି ମଧ୍ୟ ସାମିଲ ହେବ।

ଜୁଲାଇ ୪ ତାରିଖ, ରବିବାର – ରବିବାର
ଜୁଲାଇ ୧୦, ଶନିବାର – ଦ୍ୱିତୀୟ ଶନିବାର
ଜୁଲାଇ ୧୧, ରବିବାର – ରବିବାର
ଜୁଲାଇ ୧୨, ସୋମବାର – କାଙ୍ଗ ପର୍ବ
ଜୁଲାଇ ୧୩, ମଙ୍ଗଳବାର – ଭାନୁ ଜୟନ୍ତୀ
ଜୁଲାଇ ୧୪, ବୁଧବାର – ଦ୍ରୁକପା ତ୍ସେଚି
ଜୁଲାଇ ୧୬, ଶୁକ୍ରବାର – ହରେଲା ପର୍ବ
ଜୁଲାଇ ୧୭, ଶନିବାର – ଖାରଚି ପୂଜା
ଜୁଲାଇ ୧୮, ରବିବାର – ରବିବାର
ଜୁଲାଇ ୧୯, ସୋମବାର – ଗୁରୁ ରିମ୍ପୋଚଛେ ଥୁଙ୍ଗକର ତ୍ସେଚୁ
ଜୁଲାଇ ୨୦, ମଙ୍ଗଳବାର – ବକାରୀଦ
ଜୁଲାଇ ୨୧, ବୁଧବାର – ଇଦ-ଉଲ-ଜୁହା
ଜୁଲାଇ ୨୪, ଶନିବାର – ଚତୁର୍ଥ ଶନିବାର
ଜୁଲାଇ ୨୫, ରବିବାର – ରବିବାର
ଜୁଲାଇ ୩୧, ଶନିବାର – କେର ପୂଜା

ତେବେ ଏହି ଛୁଟି ସବୁ ରାଜ୍ୟରେ ଲାଗୁ ହେବନାହିଁ। ରାଜ୍ୟ ଅନୁଯାୟୀ ପର୍ବପର୍ବାଣି ଛୁଟି ହେବ। ସୂଚନା ଅନୁଯାୟୀ, ଆରବିଆଇ ଛୁଟି ସବୁ ରାଜ୍ୟରେ ଏକାସଙ୍ଗେ ଲାଗୁ ହୋଇନଥାଏ। ରାଜ୍ୟ ହିସାବରେ ବ୍ୟାଙ୍କ ଛୁଟି ହୋଇଥାଏ। ସେଥିପାଇଁ ଆରବିଆଇ ଅଫିସିଆଲ ୱେବସାଇଟକୁ ଯାଇ ବ୍ୟାଙ୍କ ଛୁଟି ତାଲିକା ଚେକ କରି ଜାଣି ପାରିବେ କେଉଁ ରାଜ୍ୟରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।

Spread the love