ବଢି ଚାଲିଛି ଅଲକାନନ୍ଦା ନଦୀର ଜଳସ୍ତର, ତଳିଆ ଅଞ୍ଚଳ ଜଳମଗ୍ନ

ଡେରାଡୁନ ୧୯/୦୬ : ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇଛି। ଖବର ଅନୁଯାୟୀ, ଶ୍ରୀନଗର ଏବଂ ପୌରୀ ଗରୱାଲର ଅନେକ ତଳିଆ ଅଞ୍ଚଳ ପାଣିରେ ବୁଡ଼ି ଯାଇଛି। ଅଲକାନନ୍ଦା ନଦୀର ଜଳସ୍ତରର ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ନଦୀ ଅନେକ ସ୍ଥାନରେ ଉଛୁଳି ନଦୀବନ୍ଧ ଭାଙ୍ଗି ଦେଇଛି। ଅଲକାନନ୍ଦା ଅନେକ ତଳିଆ ଅଞ୍ଚଳକୁ ଜଳମଗ୍ନ କରିଥିବାବେଳେ ଋଷିକେଶରେ ଗଙ୍ଗାର ଜଳସ୍ତର ବିପଦ ସଙ୍କେତକୁ ଛୁଇଁବା ପରେ ଚିନ୍ତାର ବଢ଼ାଇଛି। ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସେଠାରେ ସତର୍କ ସୂଚନା ଜାରି କରିଛନ୍ତି।

ସୂଚନା ଅନୁଯାୟୀ, ଅଲକାନନ୍ଦା ନଦୀର ପ୍ରବାହ ବୃଦ୍ଧି ହେତୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାପୂର୍ବରୁ ଅଲକାନନ୍ଦାର ଜଳସ୍ତର ସମ୍ପର୍କରେ ଷ୍ଟେଟ କଣ୍ଟ୍ରୋଲ ରୁମ ସତର୍କ ସୂଚନା ଜାରି କରିଥିଲା। ଋଷିକେଶ ସହ ପିଥୋରାଗଡ, ଆଲମୋରା, ପୌରୀ ଗରୱାଲ ଏବଂ ଚମୋଲିରେ ନଦୀଗୁଡ଼ିକ ରୁଦ୍ର ରୂପ ଧାରଣା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟର ପାହାଡ଼ିଆ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବାର ଖବର ଆସିଛି। ଯାତ୍ରୀ ଏବଂ ଲୋକଙ୍କୁ ମଧ୍ୟ ବହୁତ ସତର୍କ ରହିବାକୁ ଅପିଲ କରାଯାଉଛି।

Spread the love