ଜାଣନ୍ତୁ କେମିତି ଦୁନିଆ ଛାଡିଲେ ବାପିଦା

ମୁମ୍ବାଇ ୧୭।୨: ବଲିଉଡ ସଙ୍ଗିତକାର ବାପି ଲହରୀଙ୍କ ଅଚାନକ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଛି। ବଲିଉଡର ଲୋକପ୍ରିୟ ଗାୟକ ଥିଲେ ବାପିଦା। ଦୀର୍ଘବର୍ଷରୁ ଲୋକଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଥିଲେ। ତେବେ ଘଟଣାଦିନ ରାତିରେ କଣ ହୋଇଥିଲା ତାଙ୍କ ଜାମାତା ଗୋବିନ୍ଦ ବଂସଲ କହିଛନ୍ତି। ରାତି ପ୍ରାୟ ସାଢ଼େ  ୮ଟାରୁ ୯ଟା ମଧ୍ୟରେ ସେଦିନ ବାପିଦା ଡିନର କରିଥିଲେ। ଅଧଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ସେଠାରେ ଡାକ୍ତରମାନେ ତାଙ୍କୁ ରାତି ପ୍ରାୟ ୧୧ଟା ୪୪ରେ ମୃତ ଘୋଷଣା କରିଥିଲେ। ତେବେ ବାପିଦା କିଛି ସମୟ ପୂର୍ବରୁ ଅସୁସ୍ଥ ଥିଲେ ଓ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏହି ଘଟଣା ଘଟିଛି। ବାପିଦାଙ୍କ ଚିକିତ୍ସା କରିଥିବା ଡାକ୍ତରମାନେ ତାଙ୍କର ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଆପନେୟା(ଏସଓଏ) ସମସ୍ୟା ଥିବାର କହିଥିଲେ। ତେବେ ଆସନ୍ତୁ ଜାଣିବା ଏସଓଏ କ’ଣ?

ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନେୟା ଏକ ନିଦ ସମ୍ପର୍କିତ ନିଶ୍ୱାସପ୍ରଶ୍ୱାସ ସମସ୍ୟା। ଏହି ସମସ୍ୟା ହେଲେ ନିଦରେ ଶୋଇଥିବା ବେଳେ ବାରମ୍ବାର ନିଶ୍ୱାସପ୍ରଶ୍ୱାସ ବନ୍ଦ ହୋଇଥାଏ ଓ ଚାଲିଥାଏ। ତେବେ ଶୋଇଥିବା ଲୋକ ତା ନିଶ୍ୱାସ ପ୍ରଶ୍ୱାସ ଅଟକୁଥିବାର ନିଜେ ଜାଣିପାରିନଥାଏ। ନିଦରେ ନିଶ୍ୱାସପ୍ରଶ୍ୱାସ ଅଟକିବାର ଏହି ସମସ୍ୟା କିଛି ସେକେଣ୍ଡରୁ ଆରମ୍ଭ କରି ୧ ମିନିଟ୍‌ ପର୍ଯ୍ୟନ୍ତ ବି ହୋଇପାରେ। ସ୍ଲିପ୍ ଏପନିଆ ଅନେକ ପ୍ରକାରର, ଏଥିରେ ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିଆ ମଧ୍ୟ ଗୋଟିଏ।

Spread the love