ବାର୍‌ରେ ଡ୍ୟାନ୍ସ ବନ୍ଦ: ଆରମ୍ଭହେଲା ରୋଜଗାରର ନୂଆ ଟ୍ରେଣ୍ଡ୍

କଟକ : ରାଜଧାନୀରେ ଥୁବା ବାରରେ ବାରଗାର୍ଲଙ୍କ ଡ୍ୟାନ୍ସ କୁ ରାଜ୍ୟ ସରକାର ନିଷିଦ୍ଧ କରିଥିବା ବେଳେ ସେମାନଙ୍କ ରୋଜଗାର ଟ୍ରେଣ୍ଡ ଏବେ ବଦଳିଛି। ନିଜର ଗୁଜୁରାଣ ମେଣ୍ଟା ଇବା ପାଇଁ ହୁକା ଏବଂ ଟେବଲରେ ଗ୍ରାହକମାନଙ୍କୁ କମ୍ପାନୀ ଦେଇଛନ୍ତି। ହୁକା ପାଇପ୍ ମୁହଁରେ ଦେଉଛରି ଏବଂ ମଦ ପେଗ୍ ବନାଇ ପାଖରେ ବସି ଗ୍ରାହକମାନଙ୍କୁ ପିଆଇ ଦେଇଛନ୍ତି । ଏଥିପାଇଁ ସମୟ ଧାର୍ଯ୍ୟ ହୋଇଛି, ଯିଏ ଯେତେ ସମୟ କମ୍ପାନୀ ବା ସହଯୋଗ ପାଇବ ସେହି ଅନୁସାରେ ଦେବ ପେମେଣ୍ଟ। ପୁରୁଷ ଗ୍ରାହକମାନଙ୍କୁ ଯଦି ଏମାନେ ଅଧୁକ ଖୁସ୍ କରାଇବେ ତେବେ ଗାର୍ଲମାନଙ୍କ ଡିମାଣ୍ଡ ଅନୁସାରେ ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦେବାକୁ ପଡୁଛି। ବେଳେ ଦେଲେ ଏଥି ପାଇଁ ଗ୍ରାହକ ଏବଂ ମୁହଁରେ ହୁକା ପାଇପ୍, ମଦ ଟେବୁଲ୍‌ରେ ଦେଉଛନ୍ତି କମ୍ପାନୀ

୧୬ ନମ୍ବର ଜାତୀୟ ରାଜପଥ ପାହାଳରେ ରହିଛି ଏଭଳି ଏକ ବାର୍ । ବାର୍‌ର ସମ୍ମୁଖ ଭାଗରେ ରହିଛି ଷ୍ଟାଫ୍ରି ବାର । ଭିତରେ ରହିଛି ଶୀତଚାପ ନିୟନ୍ତ୍ରିତ ଘରେ ଟେବୁଲ ପଡ଼ିଛି । ରିମଝିମ୍ ଆଲୋକ ଥିଲେ ବି ରୁମ୍ ଅନ୍ଧାରୁଆ । ଗ୍ରାହ କମାନଙ୍କୁ ଆକର୍ଷିତ କଲା ଭଳି ଗ୍ରେସ୍ ପିନ୍ଧି ସେଠାରେ ୧୦ରୁ ୧୫ ଜଣ ବାରଗାର୍ଲ ଅପେକ୍ଷା କରିଥାନ୍ତି। ଇସରା ପଇବା ମାତ୍ରେ ଗ୍ରାହକଙ୍କୁ କମ୍ପାନୀ ଦେବାକୁ ସେମାନେ ପ୍ରସ୍ତୁତ। ବାରଗାର୍ଲଙ୍କ ଡ୍ୟାନ୍ସ ବନ୍ଦ ହେବା ପରେ ବାରମାଲିକ ଏବଂ ଗାର୍ଲମାନେ ମିଶି ଏବେ ଏହି ନୂଆ ଫର୍ମୁଲା ଆପଣେଇଛନ୍ତି। ସୂଚନାଯୋଗ୍ୟ ସରକାର

ଭୁବନେଶ୍ଵରରେ ବାରଗାର୍ଲଙ୍କ ତ୍ୟାନ୍ସ ବଦ କରିବା ପରେ ବୁଦ୍ଧିଜୀବୀମାନେ ଏହାକୁ ସ୍ବାଗତ କରିଥିଲା ବେଳେ ବାରଗାର୍ଲ ଡ୍ୟାନ୍ସର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଗତ ୧୩ ତାରିଖରେ ଶତାଧ‌ିକ ବାଗାଇଁ ଜ୍ୟାନ୍ସର ଭୁବନେଶ୍ଵର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଘେରିଥିଲେ। ତୁରନ୍ତ ବାରଗୁଡ଼ିକରେ ଡ଼୍ୟାନ୍ସ କରିବା ପାଇଁ ଅନୁମତି ଦେନାକୁ ଦାବି କରିଥିଲେ। ଅଧୁକାଂଶ ବାରଗାର୍ଲ ଡ୍ୟାନ୍ସରଙ୍କ ଯୁକ୍ତି ଥିଲା ଯେ ପେଟପାଟଣା ପାଇଁ ସେମାନେ ଜ୍ୟାନ୍ସ କରୁଛନ୍ତି।

Spread the love