ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ, ବାରବାଟୀରେ ଟିକେଟ ପାଇଁ ପରିଚୟପତ୍ର ଜରୁରୀ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଅନ୍ତିମ ମ୍ୟାଚ ଖେଳାଯିବ। ଡିସେମ୍ବର ୧୯ରୁ ୨୧ ଦିନ ୯ଟାରୁ ୫ଟା ଯାଏ କାଉଣ୍ଟର ଟିକେଟ ବିକ୍ରି କରାଯିବ । ଟିକେଟ କ୍ରୟ ପାଇଁ ପରିଚୟ ପ୍ରମାଣ ପତ୍ର ରହିବା ଜରୁରୀ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି ।

ଡିସେମ୍ବର ୨୨ରେ ବାରବାଟୀରେ କ୍ରିକେଟ ମ୍ୟାଚ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଅନଲାଇନରେ ଟିକେଟ ବିକ୍ରି ସରିଛି । ଅଫଲାଇନରେ ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ମିଳିବ । ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଟିକେଟ । କାଉଣ୍ଟରରେ ଜଣପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ । ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ । ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ଡିସେମ୍ବର ୧୯ରୁ ୨୧ ଦିନ ୯ଟାରୁ ୫ଟା ଯାଏ କାଉଣ୍ଟର ଟିକେଟ ବିକ୍ରି କରାଯିବ । ୪ଟି ପରିବର୍ତ୍ତେ ଏଥର ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ । କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ । ଟିକେଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ବୋଲି ଓସିଏର ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ଯାଏ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

Spread the love