ବାରବାଟୀ ଟି୨୦ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ବର :  ବାରବାଟୀ ଟି-ଟ୍ବେଣ୍ଟି ଏଥର ବିମାନବନ୍ଦର କାର୍ଗୋ ଗେଟ୍ ଦେଇ ଆସିବେ ନାହିଁ ଖେଳାଳି ବରଂ ପ୍ରଥମ ଥର ପାଇଁ ଏୟାରପୋର୍ଟର ଭିଭିଆଇପି ଗେଟ୍ ଦେଇ ବାହାରିବେ ଖେଳାଳି ।ଖବର ଅନୁଯାୟୀ,  ପୂର୍ବରୁ କର୍ଗୋ ଗେଟ୍ ଦେଇ ବାହାରୁଥିଲେ ଖେଳାଳି କିନ୍ତୁ ଏବେ ଭିଭିଆଇପି ଗେଟ୍‌ ଦେଇ ଖେଳାଳିମାନେ ବାହାରକୁ ବାହାରିବେ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାରିକେଟ୍‌ ବ୍ୟବସ୍ଥା କରାଯିବ । ଏନେଇ ଆଜି ଭୁବନେଶ୍ବର ଡିସିପି ଓ ସିଆଇ ଏସ ଏଫ୍ ପକ୍ଷରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି ।ସେହିପରି ଭିଭିଆଇପି ଗେଟ୍‌ ଭିତରେ ସିଆଇଏସଏଫ ଓ ବାହାରେ କମିଶନରେଟ ପୋଲିସର ଅଧିକାରୀମାନେ ମୁତୟନ ରହିବେ । ଲଗାତର ଭାବେ  ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ ସୁରକ୍ଷାକର୍ମୀ ।

 

Spread the love