ସିଟି ହସ୍ପିଟାଲ ଦାବି ନେଇ ଆଜି ପୁଣି ବରଗଡ଼ ବନ୍ଦ

ବରଗଡ଼ରେ ସିଟି ହସ୍ପିଟାଲ ଦାବି ନେଇ ସହରବାସୀ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା ବେଳେ ସହରର ସମସ୍ତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି। ସହରରେ ଥିବା ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ୮ କିଲୋମିଟର ଦୂର ତୁକୁର୍ଲ୍ଲା ସ୍ଥାନାନ୍ତର ହେବାପରେ ସମଗ୍ର ସହରରେ ଏହାକୁ ନେଇ ଗତକାଲି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନ କାରଣରୁ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଥିଲା। ହଜାର ହଜାର ମହିଳା ଓ ପୁରୁଷ ପୁରୁଣା ଡ଼ାକ୍ତରଖାନା ସମ୍ମୁଖରେ ଏକାଠି ହୋଇ ଧାରଣା ଦେଇଥିଲେ। ଗତ କାଲି ଆନ୍ଦୋଳନ ସମୟରେ ପୁଲିସ ଓ ସହରବାସୀ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତ୍ୟଜନା ଲାଗି ରହିଥିଲା। ମାତ୍ର ବରଗଡ଼ ସହରରେ ସିଟି ହସ୍ପିଟାଲ ନ ହେବା ଯାଏଁ ଲୋକେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍‍ ରେ ଅଟଳ ରହିଥିଲେ।

Spread the love