ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ କୂଅରେ ଖସି ପଡ଼ିଲା: ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ

ସମସ୍ତ ମୃତକ ଚରଖାରି ଥାନା ଶ୍ୱାସା ଗାଁର ବାସିନ୍ଦା ଥିବା ବେଳେ ସେମାନଙ୍କ ନାମ ପରମଲାଲ, ଆମନା, ହରପ୍ରସାଦ, ଭୈୟାଲାଲ, ଛତ୍ରପାଳ ସିଂହ, ପନବାଡି ବୋଲି ଜଣାପଡ଼ିଛି । ସେହିପରି ୩ଜଣ ଆହତଙ୍କ ମଧ୍ୟରେ କମଳ ଅହିରଓ୍ବାର, ମଥୁରା ଅହିରଓ୍ବାର, ରାମ ରତନ ରହିଛନ୍ତି।

ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ମହାରାଜପୁର ଥାନା ପ୍ରଭାରୀ କହିଛନ୍ତି, ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଖ୍ବାସା ମାଫ୍ ଗାଁର ଲଖନ ଅହିରଓ୍ବାରଙ୍କ ପୁଅ ମନୋଜ ଅହିରଓ୍ବାରଙ୍କ ବାହାଘର ଥିଲା। ବରଯାତ୍ରୀ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଦିଓ୍ବାନ ଜି ପୁରଭା ଗାଁକୁ ଯାଉଥିଲେ । ଗାଁର ଛତ୍ରପାଲ ସିଂଙ୍କ ପୁଅ ବିରେନ୍ଦ୍ର ସିଂ ନିଜ ଗାଡି ସହିତ ଏକ ବୋଲେରୋରେ ବରଯାତ୍ରୀଙ୍କ ସହିତ ଯାଉଥିଲେ।କାରରେ ପ୍ରାୟ ୯ ଜଣ ବରଯାତ୍ରୀ ଥିଲେ। ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା। ଯାହାଫଳରେ ଡ୍ରାଇଭରଙ୍କ ସମତେ ୯ଜଣ କୂଅ ଭିତରେ ପଡିଯାଇଥିଲେ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଆହତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

 

Spread the love