ଜାନୁଆରୀ ୩ରୁ ବରଗଡ଼ ଧନୁଯାତ୍ରା

ବରଗଡ଼ : ଆସନ୍ତା ଜାନୁଆରୀ ୩ରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଜାନୁଆରୀ ୧୩ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ।  ଏନେଇ କାର୍ଯ୍ୟ ନିର୍ବାହୀ କମିଟିରେ ନିଷ୍ପତ୍ତି ନିଆଯାଇଛି  ।  ବରବଡ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋଏଲଙ୍କ ସଭାପତିତ୍ବରେ ଚାଲିଥିଲା ବୈଠକ । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟ ନିର୍ବାହୀ ବୈଠକ ବସିଥିଲା  ।

୧୧ ଦିନ ପାଇଁ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବା ବେଳେ ଅମ୍ବାପାଲି ସାଜିବ ଗୋପପୁର । ଯମୁନା ନଦୀର ମାନ୍ୟତା ପାଇବ ଜୀରା ନଦୀ । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ମଥୁରା ନଗରୀ ବା ବରଗଡ଼ ସହର । କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବେ ଗୋପପୁର ବା ଅମ୍ବାପାଲି । ଆଜି ବୈଠକରେ ୨୦୨୨-୨୩ ର ଆୟ ବ୍ୟୟ ଅବସ୍ଥାପନ ପରେ ୨୦୨୫ ବର୍ଷ ପାଇଁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତାରିଖ ଘୋଷଣା ହୋଇଛି  ।

Spread the love