ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ବସ୍‌; ୨୫ ଆହତ

ବାରିପଦା: ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି ପଡିବାରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାରିପଦା-ବେତନଟୀ ରାସ୍ତାରେ ଗତକାଲି ରାତିରେ ବସ୍‌ ଦୁର୍ଘଟଣା ଘଟିବାରୁ ୨୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାତୀୟ ରାଜପଥ-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି।

Spread the love