ଯନ୍ତ୍ରୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ

ଆକ୍ରମଣର ଶିକାର ହୋଇଥିବା ଇଞ୍ଜିନିୟରଜେନାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ବିଧାୟକଓ ତାଙ୍କର ଦୁଇ ସହଯୋଗୀ ପ୍ରବୀଣ ପାତ୍ର ଏବଂପ୍ରଶାନ୍ତ ବେହେରାଙ୍କୁ ମଧ୍ୟ ଅଟକ ରଖି ପଚରାଉଚରାକରିଥିଲା। ଏହାପରେ ସେମାନଙ୍କୁ ମଧ୍ୟ ଗିରଫକରାଯାଇଥିଲା। ଅନ୍ୟପକ୍ଷରେ ବାରିପଦା ବିଧାୟକପ୍ରକାଶ ସୋରେନ୍‌ଙ୍କ ଅଟକକୁ ବିରୋଧ କରି ତାଙ୍କରସମର୍ଥକମାନେ ଟାଉନ୍‌ ଥାନା ସାମ୍ନାରେ ପ୍ରତିବାଦକରିବା ସହ ରାସ୍ତା ଅବରୋଧ କରିଥିଲେ।

ଅଭିଯୋଗ ଅନୁସାରେ, ଗତକାଲି ବାରିପଦା ସର୍କିଟହାଉସ୍‌ରେ ବିଧାୟକ ଓ ତାଙ୍କର ସହଯୋଗୀ ନିର୍ଦ୍ଦିଷ୍ଟଠିକାଦାରଙ୍କୁ କାମ ମିଳି ନ ଥିବାରୁ  ସହକାରୀନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହାପରେସଂପୃକ୍ତ ଯନ୍ତ୍ରୀଙ୍କୁ ଚିକିତ୍ସା ଲାଗି ପିଆର୍‌ଏମ୍‌ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା।ପରେ ଏହି ଘଟଣା‌ରେ ଯନ୍ତ୍ରୀଙ୍କ ପକ୍ଷରୁ ଥାନାରେଏତଲା ଦିଆଯାଇଥିଲା।

Spread the love