ଲଗାଣ ବର୍ଷାରେ ଭୁଶୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ

ପାଟଣା ୧୪।୯: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାରର ୫ ଜଣ ସଦସ୍ୟ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଭୂଇଁପୁର ପଞ୍ଚାୟତ ସିରିକୁଆଁ ଗାଁରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଗହ୍ମା ମହାନ୍ତଙ୍କର ୨ ବଖରା ଘର ଭାଙ୍ଗି ବାହାର ପଟକୁ ପଡ଼ି ଯାଇଥିଲା । ଫଳରେ ପରିବାର ଲୋକ ଏକ ନିଶ୍ଚିତ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Spread the love