ପୁଣି ହାଇକୋର୍ଟ ଗଲେ ବର୍ଷା

କଟକ, ୨୦/୦୬: ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ପୁଣି ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କଲେ ବର୍ଷା ।

ପୂର୍ବରୁ ବର୍ଷା ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗରେ ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ବର୍ଷାଙ୍କ ଆବେଦନର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସୋସିଆଲ ମିଡିଆରେ ତାଙ୍କ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇଥିଲେ ବର୍ଷା ।ଏହାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଜୁଲାଇ ୪ ରେ ହେବ ପରବର୍ତ୍ତୀ ଶୁଣାଣୀ ।

ସୂଚନା ଥାଉକି, ସୋସିଆଲ ମିଡିଆରେ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇଥିଲେ ବର୍ଷା । ଆପତ୍ତିଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଆବେଦନ କରିଥିଲେ ବର୍ଷା । ଗତ କିଛି ଦିନ ତଳେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗ କରିଥିଲେ ।

ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରୀ ଛଡାଇ ନେଉଛନ୍ତି ବୋଲି ଦାବି କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

Spread the love