ବର୍ଷା ପ୍ରିୟଦର୍ଶିନୀ ଲଞ୍ଚ କଲେ ଭଢ଼ିବାବା ଷ୍ଟୁଡିଓ ଦ୍ବାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ ‘କିଏ ତମେ’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓଡ଼ିଆ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଭୁବନେଶ୍ବରର ଏକ ହୋଟେଲରେ ଓଡିବାବା ଷ୍ଟୁଡିଓ ଦ୍ବାରା ନିର୍ମିତ ଏକ ନୂଆ ମ୍ୟୁଜିକ୍ ଭିଡିଓ ‘କିଏ ଚମେ ଲଞ୍ଚ କରିଛନ୍ତି । ଏହି ମ୍ୟୁଳିକ ଭିଡ଼ିଓରେ ସୁଜାତ ଜେନା ଗୀତ ବରନା କରିଥିବା ବେଳେ ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଏବଂ ଅନ୍ତରା ଚକ୍ରବର୍ତୀ କଣ୍ଠଦାନ କରିଛନ୍ତି ।

ଏହି ଭିଡ଼ିଓରେ ଅଭିନେତ୍ରୀ ନୈନା ଦାଶ ଏବଂ ଅଭିନେତା ରାକେଶ ଧଳ ଅଭିନୟ କରିଛନ୍ତି ଏହି ମ୍ୟୁଜିକ ଭିଡ଼ିଓଟି ଓଡ଼ିବାବା ଷ୍ଟୁଡ଼ିଓର ଏକ ନିଆରା ପ୍ରୟାସ । ପ୍ରତ୍ୟେକ ମହିଳା ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଚିହ୍ନି ସଚେତନ ହେବାର ପ୍ରୟାସ ହିଁ ଆନ୍ତର୍ଜାତିକ ମହିଳା ଦିବସ ପାଳନର  ଆଭିମୁଖ୍ୟ।

Spread the love