ଆଜି ନବ ନିର୍ବାଚିତ ବିଧାୟିକା ଭାବେ ବିଧାନସଭାରେ ଶପଥ ନେବେ ବର୍ଷା ସିଂ ବରିହା

ଆଜି ଶପଥ ନେବେ ବର୍ଷା ସିଂ ବରିହା। ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ ବର୍ଷା। ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇବେ ବାଚସ୍ପତି। ଏହି ଅବସରରେ ଭଟଲି ବିଧାୟକ ସୁଶାନ୍ତ ସିଂହ ଓ ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ରହିବା ନେଇ କାର୍ଯ୍ୟକ୍ରମ ରହିଛି।

ପଦ୍ମପୁର ଉପନିର୍ବାଚନରେ ୪୨ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବର୍ଷା ସିଂ ବରିହା। ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେିଥିଲେ। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, କଲିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ପ୍ରମୁଖ ନବୀନ ନିବାସ ଯାଇଥିଲେ। ବର୍ଷା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ବର୍ଷା ସିଂ ବରିହା।

Spread the love