ଅନୁଭବ- ବର୍ଷା ପାରିବାରିକ ମାମାଲା: ବର୍ଷାଙ୍କର ହେଲା ସାକ୍ଷ୍ୟଗ୍ରହଣ

ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ଶେଷ । କୋର୍ଟରୁ ଗଲେ ବର୍ଷା-ଅନୁଭବ । ବର୍ଷାଙ୍କର ସାଖ୍ୟଗ୍ରହଣ ହୋଇଛି । ବର୍ଷା ପ୍ରିୟଦର୍ଶିନୀ ସମୟରେ ଆସି କୋର୍ଟରେ ଉପସ୍ଥିତ ହୋଇଥିଲେ । ଆଜି ଦୁଇଟି ପର୍ଯ୍ୟାୟରେ ଜେରା ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆଜି ପ୍ରକ୍ରିୟା ଅସଂପୂର୍ଣ୍ଣ ରହିଲା । ଅନୁଭବଙ୍କ ଆଇନଜୀବୀ କୋର୍ଟରେ ଅନାବଶ୍ୟକ ପ୍ରଶ୍ନ ପଚାରିଥିଲେ । ଓଭରପାୱାର କରିବାକୁ ଚେଷ୍ଟା କଲେ । ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରିଲେ ଅନୁଭବଙ୍କ ଓକିଲ । ଏନେଇ ଲିଖିତ ଭାବରେ କୋର୍ଟଙ୍କୁ ଜଣାଇଲେ ବର୍ଷା । ବର୍ଷା ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଚେଷ୍ଟା କରୁଥିବା ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା । ଆମ ତରଫରୁ କୌଣସି ପ୍ରକାର ଅନାବଶ୍ୟକ ପ୍ରଶ୍ନ ପଚରା ଯାଇନଥିଲା । ସମସ୍ତ ପ୍ରଶ୍ନ ଯଥାର୍ଥ ଥିଲା । ଅନୁଭବ ମଧ୍ୟ କିଛି ପ୍ରଶ୍ନ ନିଜେ ପଚାରିଥିଲେ । କୌଣସି ପ୍ରଶ୍ନକୁ ନେଇ କୋର୍ଟ ଓଭର ରୂଲ ବା ଆପତ୍ତି ଉଠାଇ ନଥିଲେ ।….

Spread the love