ବସନ୍ତ ପଞ୍ଚମୀ ଦିନ ରାଶି ଅନୁସାରେ କରନ୍ତୁ ଏହି ସମସ୍ତ କାମ, ମିଳିବ ସଫଳତା

ଫେବୃଆରୀ ୫ ବସନ୍ତ ପଞ୍ଚମୀ । ଏହି  ଦିନ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀଙ୍କୁ ସରସ୍ୱତୀ ପୂଜା କରାଯାଏ। ମା ସରସ୍ୱତୀ ହେଉଛି ଜ୍ଞାନର ଦେବୀ । ଯେଉଁ ବ୍ୟକ୍ତିମାନେ ଶିକ୍ଷା, କଳା କିମ୍ବା ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇ ନାହାଁନ୍ତି ସେହି ଲୋକମାନେ ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା କରିବା ଉଚିତ୍ । ସେମାନେ ମା ଶାରଦାଙ୍କୁ ସନ୍ତୁଷ୍ଟ କରି ସଫଳତା ହାସଲ କରି ପାରିବେ । ଯେଉଁମାନେ ମା ସରସ୍ୱତୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି, ସେମାନେ ବହୁ ଖ୍ୟାତି ଅର୍ଜନ ଲାଭ କରନ୍ତି । ଏହି ପଞ୍ଚମୀରେ ଦେବୀ ସରସ୍ୱତୀଙ୍କୁ ଖୁସି କରିବା ପାଇଁ  କେଉଁ କେଉଁ ରାଶି ଗୁଡିକୁ କଣ କଣ କରିବା ଉଚିତ୍‌ ।

ମେଷ ରାଶି : ବସନ୍ତ ପଞ୍ଚମୀ ଅବସରରେ ମେଷ ରାଶିର ଲୋକମାନେ ଶିକ୍ଷାରେ ସଫଳତା ପାଇବା ପାଇଁ ସରସ୍ୱତୀ କବଚ୍‌ ପାଠ କରିବା ଉଚିତ୍ । ମା ଶାରଦାଙ୍କ କୃପାରୁ ତୁମ ଉପରେ ଆଶୀର୍ବାଦ ପ୍ରାପ୍ତ ହେବ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତିମାନେ  ନିଜ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ଏଥିପାଇଁ ସରସ୍ୱତୀ ପୂଜା ଦିନ ମା ଶାରଦାଙ୍କୁ ଧଳା ଚନ୍ଦନ ଏବଂ ଧଳା ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ମା ଶାରଦାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

ମିଥୁନ ରାଶି : ମା ସରସ୍ୱତୀ ହେଉଛି ଜ୍ଞାନର ଦେବୀ । ବସନ୍ତ ପଞ୍ଚମୀ ଦିନ ଏହି ରାଶିର ଲୋକମାନେ ସେମାନଙ୍କର ରୀତିନୀତି ଅନୁଯାୟୀ ସେମାନଙ୍କୁ ପୂଜା କରିବା ଉଚିତ୍ । ପୂଜା ସମୟରେ ଦେବୀ ସରସ୍ୱତୀଙ୍କ ପାଦରେ ସବୁଜ ରଙ୍ଗର କଲମ ଅର୍ପଣ କରନ୍ତୁ । ତା’ପରେ ଏହାକୁ ବ୍ୟବହାର କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁ ସଫଳତା ମିଳିବ ।

କର୍କଟ ରାଶି : କର୍କଟ ରାଶିର ଶାସକ ଗ୍ରହ ହେଉଛି ଚନ୍ଦ୍ର । ଏହି ରାଶିର ଲୋକମାନେ ମା ସରସ୍ୱତୀଙ୍କୁ ଚନ୍ଦ୍ର ସମ୍ବନ୍ଧୀୟ ଖାଦ୍ୟ ପଦାର୍ଥ ତଥା କ୍ଷୀରଙ୍କୁ ପ୍ରଦାନ କରିବା ଉଚିତ୍ । ଏହା ସହ ଆପଣ କଳା କ୍ଷେତ୍ରରେ ସଫଳତା ମଧ୍ୟ ପାଇବେ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତିମାନଙ୍କ ପାଇ ଶାସକ ଗ୍ରହ ହେଉଛି ସୂର୍ଯ୍ୟ । ଆପଣମାନେ ସରସ୍ୱତୀ ପୂଜା ଦିନ ମା ଶାରଦାଙ୍କୁ ଉପାସନା କରିବା ଉଚିତ୍ । ଏହା ସହ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ୍ । ଏବଂ ଶିକ୍ଷା ବ୍ୟତୀତ ଅନେକ କ୍ଷେତ୍ରରେ ସଫଳତା ପାଇବେ ।

କନ୍ୟା ରାଶି : ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା ପରେ କନ୍ୟା ରାଶିର ବ୍ୟକ୍ତିମାନେ ବହି, କଲମ, ପେନ୍‌ସିଲ୍‌ ଇତ୍ୟାଦି ଦାନ କରିବା ଉଚିତ୍ । ଏହା ଦ୍ବାରା ମା ଶାରଦାଙ୍କର ଆର୍ଶୀବାଦ ତୁମର କଲ୍ୟାଣ ହେବ ।

ତୁଳା ରାଶି : ତୁଳା ରାଶିର ଶାସକ ଗ୍ରହ ହେଉଛି ଶୁକ୍ର । ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା ପରେ ଧଳା ପୋଷାକ ଦାନ କରନ୍ତୁ । ମା ସରସ୍ୱତୀ ଧଳା ପୋଷାକ ପିନ୍ଧନ୍ତି ଏବଂ ଶୁକ୍ର ମଧ୍ୟ ଧଳା ପୋଷାକକୁ ଭଲ ପାଆନ୍ତି । ଏହା କରିବା ଦ୍ବାରା ତୁମର ସମସ୍ତ ସମସ୍ୟାର ସମାଧାନ ହେବ ।

ବିଛା ରାଶି : ସରସ୍ୱତୀ ପୂଜା ଦିନ ଏହି ରାଶିର ବ୍ୟକ୍ତିମାନେ ମା ଶାରଦାଙ୍କ ପାଦରେ ଏକ କଲମ ଅର୍ପଣ କରିବା ଉଚିତ୍। ଯାହା ଲାଲ ରଙ୍ଗର ହେବା ଉଚିତ୍‌।  ମା ସରସ୍ୱତୀଙ୍କ କୃପାରୁ  ତୁମେ ତୁମର କାର୍ଯ୍ୟରେ ସଫଳତା ପାଇବ ।

ଧନୁ ରାଶି : ଏହି ରାଶିର ଶାସକ ଗ୍ରହ ହେଉଛି ବୃହସ୍ପତି । ବସନ୍ତ ପଞ୍ଚମୀ ଦିନ ଏହି ରାଶିର ବ୍ୟକ୍ତିମାନେ ଦେବୀ ସରସ୍ୱତୀଙ୍କୁ ବେସନର ଲଡୁ ଅର୍ପଣ କରିବା ଉଚିତ୍ । ଏହା କରିବା ଫଳରେ ମା ସରସ୍ୱତୀ ତୁମର ସମସ୍ତ ଇଚ୍ଛା ପୂରଣ କରିବେ।

ମକର ରାଶି : ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା କରିବା ପରେ ମକର ରାଶିର ଲୋକମାନେ ଅଭାବୀ ତଥା ଗରିବ ଲୋକଙ୍କୁ ଚାଉଳ ଦାନ କରିବା ଉଚିତ୍ । ମାତା ଶାରଦାଙ୍କ କୃପାରୁ ଆପଣ ଶିକ୍ଷାରେ ସଫଳତା ପାଇବେ ।

Spread the love