ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ ନିଷ୍ପତି: ବିଜେପି

ଆର୍ଥିକ ବର୍ଷ ପାଇଁ ମୋଦି ସରକାର ରବି ଫସଲର ସର୍ବନିମ୍ନ
ସହାୟକ ମୂଲ୍ୟ ବୃଦ୍ଧି ହୋଇଛି । କେନ୍ଦ୍ର କ୍ୟାବିନେଟରେ ଏହା ଐତିହାସିକ ନିଷ୍ପତି । ଗହମର କ୍ୱିଂଟାଲ ପିଛା ଦର ୧୮୪୦ରୁ
୧୯୨୫ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ବାଜରାର କ୍ୱିଂଟାଲ ପିଛା ଦର ୧୪୪୦ରୁ ୧୫୨୫ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ
କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତି ହୋଇଛି । ଚାଷୀମାନଙ୍କର ବିକାଶ ପାଇଁ ମୋଦି ସରକାର ସର୍ବଦା ବଦ୍ଧ ପରିକର ।
ଚାଷୀଙ୍କ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଓ
ସାଂସଦ ବସନ୍ତ ପଣ୍ଡା ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।
ସେହିପରି ସୋରିଷ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୨୦୦ ରୁ ୪୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି ।
ମସୁର ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୦୦ରୁ ୪୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସୂର୍ଯ୍ୟମୁଖୀର କ୍ୱିଂଟାଲ
ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୯୪୫ରୁ ୫୨୧୫ ଟଙ୍କା ଏବଂ ବୁଟଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୬୨୦
ରୁ ୪୮୭୫ ଟଙ୍କା ବୃଦ୍ଧି କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିବା ନିଷ୍ପତି ଯୋଗୁଁ ସାରା ଦେଶର ଚାଷୀଙ୍କ
ସମେତ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Spread the love