ବେସାହାରା ପରିବାରକୁ ସହାୟତା କଲା ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ

ପୁରୀ ଜିଲ୍ଲା ଇଞ୍ଚଳ ଗ୍ରାମ ବଣିଆ ସାହିର ଏକ ବେସାହାରା ପରିବାର l ଏହି ପରିବାରରେ ନାଁ ଖାଇବାକୁ ଖାଦ୍ୟ ଅଛି ନାଁ ରହିବାକୁ ବାସଗୃହ l ଏଭଳି ପରିବାରକୁ ସହାୟତା ହାତ ବଢ଼ାଇଛି ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ଶୁଖିଲା ଖାଇବା ଓ ପୋଷାକ ବଣ୍ଟନ କରାଯାଇଛି l

ଏହାର ସମ୍ପୂର୍ଣ ଖର୍ଚ୍ଚ ପପୁ ଓ ୟଶନ୍ତ ଦେଇଥିଲେ l ଏହି ମହାନ ଯୁବକଙ୍କୁ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ଭୁବନେଶ୍ୱର ଧନ୍ୟବାଦ ଦେଵା ସହ ରାଜ୍ୟ ସରକାର ଏହି ପରିବାରକୁ ଆର୍ଥିକ ସହାୟତା ଦିଅନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ସୁମନ, ରଶ୍ମି, ବିଜୟ, କୃଷ୍ଣ ଓ କିଷାନ ସଫଳ କରିଥିଲେ l

Spread the love