କେଉଁ ମାସରେ ଘର ତିଆରି କଲେ ଘରେ ବଢି ଚାଲେ ଧନ ସମ୍ପତ୍ତି

ଅନେକ ଲୋକଙ୍କର ଘର ତିଆରି କରିବା ସମୟରେ କିଛି ନା କିଛି ସମସ୍ଯା ଦେଖା ଯାଇଥାଏ । କିଛି ଲୋକଙ୍କର ଘର ତିଆରି କରିବା ସମୟରେ ଘର କାମ ଅଧା ରହିଯାଏ ତ ଆଉ କିଛି ଲୋକଙ୍କର ଘର କାମ ସାରିବା ପରେ ମଧ୍ୟ କିଛି ସମସ୍ଯା ଦେଖାଯାଏ । ପୁରୁଣା କାଳରେ ଲୋକ ମାନେ ବାସ୍ତୁ ଅନୁସାରେ ଘର ତିଆରି କରୁଥିଲେ ଯାହା ଆଜିର ଲୋକ ମାନେ କରୁ ନାହାନ୍ତି । ଶାସ୍ତ୍ର ଅନୁସାରେ ଘର ତିଆରି କରିବା ପାଇଁ ନିର୍ଦ୍ଦିଷ୍ଟ ମାସ ରହିଛି ଯାହା ଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ମାସରେ ଘର ତିଆରି କରିଲେ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଘର ତିଆରି କରିବା ସମୟରେ ପ୍ରଥମେ ବାସ୍ତୁ ଅନୁସାରେ କରିବା ଉଚିତ । ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରା ଠାରୁ ଆରମ୍ଭ କରି ରୋଷେଇ ଘର, ଶୋଇବା ଘର ସଠିକ ହେବା ଉଚିତ । ପ୍ରଥମେ ଘର ଆରମ୍ଭ କରିବା ପୁବର ରୁ ଜାଗାରେ ଶୁଭ ଦେବା ଉଚିତ ।

ଘର ତିଆରି ଆରମ୍ଭ କରିବା ପୂର୍ବ ରୁ ତରବର ହେବା ଉଚିତ ନୁହେଁ । ଘରର ମୁଖ୍ୟ ଦ୍ଵାରା ସାଥି ରହିଲେ ଘରର ଉନ୍ନତି ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ପୂର୍ବ ଓ ଉତ୍ତର ଦିଗ ରହିଲେ ଶୁଭ ହୋଇଥାଏ । ଯଦି ଏପରି କୌଣସି ଅପସନ ନ ଥାଏ ତେବେ ଅନ୍ୟ କୌଣସି ଦିଗରେ କରି ପାରିବେ । ଯଦି ବୈଶାଖ ମାସରେ ଘର ଆରମ୍ଭ କରାଯାଏ ତେବେ ଧନର ବୃଦ୍ଧି ହୋଇଥାଏ । ଜ୍ୟଷ୍ଠ ମାସରେ ଘର ଆରମ୍ଭ କରିଲେ ଗୃହକର୍ତ୍ତାଙ୍କର ମୃତ୍ୟୁ କାର୍ଯ୍ୟରେ ବାଧା ସୃଷ୍ଟି କରିବ ।

ତେଣୁ ଭୁଲରେ ବି ଜ୍ୟଷ୍ଠ ମାସରେ ଘର କାମ ଆରମ୍ଭ କରନ୍ତୁ ନାହି । ଆଷାଢ ମାସରେ ଘର ତିଆରି କରିଲେ ଧନ ପ୍ରାପ୍ତି ଓ ଗୃହ ପାଳିତ ପଶୁଙ୍କର ବୃଦ୍ଧି ହେବ । ଶ୍ରାବଣ ମାସରେ ଘର ତିଆରି କରିଲେ ଆପଣଙ୍କର ସବୁ କାର୍ଯ୍ୟ ସିଦ୍ଧି ହେବ । ଭାଦ୍ରବ ମାସରେ ଘର ତିଆରି କରିଲେ ସବୁ କାମରେ ସଫଳତା ଲାଭ ହେବ । ଆଶ୍ଵିନ ମାସରେ ଘର ଆରମ୍ଭ କରିଲେ କାୟା ନଷ୍ଟ ଓ ରୋଗ ବୃଦ୍ଧି ହେବ । କାର୍ତ୍ତିକ ମାସରେ ଘର ଆରମ୍ଭ କରିଲେ ଘରେ ଚୋରୀ ହେବାର ଆଶଙ୍କା ରହିଥାଏ । ମାର୍ଗଶିର ମାସରେ ଘର କରିଲେ ଧନଧାନ୍ୟ ରେ ବୃଦ୍ଧି ହୋଇଥାଏ । ପୌଷ ମାସରେ ଘର ତିଆରି କରିଲେ ଚୋର ଭୟ ରହିଥାଏ । ମାଘ ମାସରେ ଘର ଆରମ୍ଭ କରିଲେ ଅଳଙ୍କାର ପ୍ରାପ୍ତ ହୋଇଥାଏ । ଫାଲ୍ଗୁନ ମାସରେ ଘର ଆରମ୍ଭ କରିଲେ ଧନ ଓ ସୁବର୍ଣ୍ଣ ଲାଭ ହୋଇଥାଏ । ଚୈତ୍ର ମାସରେ ଘର ଆରମ୍ଭ କରିଲେ ସନ୍ତାପ ହେବ ସହ ଦୁଖ କଷ୍ଟ ଆସିଥାଏ । ଓଡିଆ ମାସ ଅନୁଯାୟୀ ଏହି ସବୁ ମାସରେ ଘର ତିଆରି କରିଲେ ଏଭଳି ଫଳ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Spread the love