ସଫଳତା ପାଇବା ପାଇଁ ଘୋଡା ନାଲର ଏମିତି କରନ୍ତୁ ବ୍ୟବହାର

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଧାତୁର ନିଜସ୍ୱ ମହତ୍ୱ ରହିଛି | ଲୁହା ,ସୁନା ,ରୂପା ,ତମ୍ବା ଏବଂ ପିତଳ ସବୁ ଧାତୁର ସମ୍ବନ୍ଧ କୌଣସି ନା କୌଣସି ଗ୍ରହ ବା ଦେବୀ -ଦେବତାଙ୍କ ସହିତ ରହିଛି | ଏସବୁ ମଧ୍ୟରୁ ଲୁହା ହେଉଛି ଗୋଟିଏ ଧାତୁ ,ଯାହାଦ୍ୱାରା ତିଆରି ହୋଇଥିବା ଏହି ଗୋଟିଏ ଜିନିଷ ଶନିବାର ଦିନ ଘରକୁ ଆଣିଲେ ଲାଭଦାୟକ ହୋଇଥାଏ |

ହଁ ଆଜ୍ଞା ଆମେ କଥା ହେଉଛେ ଘୋଡା ନାଳର | ଶନିବାର ଦିନ ଘୋଡା ନାଳ ଧାରଣ କଲେ ବା ଘରେ ଟାଙ୍ଗିଲେ ନିର୍ଧନ ବ୍ୟକ୍ତି ମଧ୍ୟ ଧନୀ ହୋଇ ଯାଇଥାଏ | ତାସହିତ ଜୀବନରେ ଆସିବାକୁ ଥିବା ସମସ୍ୟା ଗୁଡ଼ିକରୁ ମଧ୍ୟ ମୁକ୍ତି ମିଳି ଯାଇଥାଏ | ଆସନ୍ତୁ ଜାଣିବା ଘୋଡା ନାଳକୁ କେଉଁ ଭଳି ବ୍ୟବହାର କଲେ ଲଭଦାୟୀ ହୋଇଥାଏ |

ବାସ୍ତୁ ଦୋଷ ପାଇଁ –

କୌଣସି ବ୍ୟକ୍ତିର ଜାତକରେ ଶନି ଦୋଷ ଥିଲେ ଶୋଉଥିବା ବେଡ଼ ଉପରେ ଘୋଡା ନାଳ ଟାଙ୍ଗି ଦିଅନ୍ତୁ |ଏହା ବ୍ୟତୀତ ଘୋଡା ନାଳର ମୁଦି ମଝି ଆଙ୍ଗୁଳିରେ ପିନ୍ଧିବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ ଏବଂ ଶନି ଦୋଷରୁ ମୁକ୍ତି ମିଳି ଥାଏ |

କ୍ୟାରିୟରରେ ସଫଳତା ପାଇଁ –

ଯଦି ପିଲାଙ୍କ ମନ ପାଠ ପଢ଼ାରେ ଲାଗୁ ନାହିଁ କିମ୍ବା କ୍ୟାରିୟରକୁ ଆଗେ ବଢ଼ାଇବା ପାଇଁ କୌଣସି ନା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେବେ ଘୋଡା ନାଳ ମୁଦି ମଧ୍ୟମା ଆଙ୍ଗୁଳିରେ ଶନିବାର ଦିନ ପିନ୍ଧନ୍ତୁ |

ରୋଗରୁ ମୁକ୍ତି ପାଇଁ –

ଯଦି ପରିବାରର କୌଣସି ସଦସ୍ୟ ଲଗାତାର ବେମାର ରହୁଥାନ୍ତି ତେବେ ଘୋଡା ନାଳରେ ତିଆରି ଚାର କିଲ ,1250ଗ୍ରାମ ହରଡ ଡାଲି ଏବଂ ଏକ ଶୁଖିଲା ନଡ଼ିଆ ନେଇ ରୋଗୀର ଉପରେ ଉତାରି ଦେଇ ବହୁଥିବା ନଦୀରେ ଭସାଇ ଦେଲେ ଲାଭ ମିଳି ଥାଏ |

ଧନ ଲାଭ ପାଇଁ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘୋଡା ନାଳର ବ୍ୟବହାର ଧନ ଲାଭ ପାଇଁ ମଧ୍ୟ କରାଯାଇଥାଏ |ଯଦି ଆପଣ ଘରେ ସୁଖ -ସମୃଦ୍ଧି ଏବଂ ଧନ ଲାଭ ଚାହୁଁଛନ୍ତି ତେବେ ଘର ତିଜୋରୀ ରେ ଘୋଡା ନାଳର ଛୋଟିଆ ଅଂଶ ଅବଶ୍ୟ ରଖନ୍ତୁ |

Spread the love