ଭୁଲରେ ବି ଅନ୍ୟର ଏହି ୬ଟି ଜିନିଷ ବ୍ୟବହାର କରନ୍ତୁନି

କିଛି ଏମିତି ଜିନିଷ ଅଛି ଯାହା କାହାଠାରୁ ମାଗି ଆଣି ବ୍ୟବହାର କରିବା ଅନୁଚିତ । ଏନେଇ ଆମ ବଡ଼ମାନେ ମଧ୍ୟ କିଛି କ୍ଷେତ୍ରରେ ବାରଣ କରିଥାନ୍ତି କିମ୍ବା ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା କରିବା ନିଷେଧ । ବାସ୍ତୁ ଅନୁଯାୟୀ, ଅନ୍ୟମାନଙ୍କଠାରୁ ମାଗି ଆଣି କିଛି ଜିନିଷ ବ୍ୟବହାର କରିବା ଦ୍ୱାରା ନକାରାତ୍ମକ ଶକ୍ତି ଆମ ଭିତରେ ଜାଗ୍ରତ ହୁଏ । ଆଉ ଏହି ଛୋଟ ଜିନିଷଗୁଡ଼ିକ ଆମର ବଡ କ୍ଷତିର କାରଣ ହୋଇପାରେ । ଅନ୍ୟର କେଉଁ ଜିନିଷକୁ ଆମେ କେବେବି ବ୍ୟବହାର କରିବା ଉଚିତ୍ ନୁହେଁ।ଆସନ୍ତୁ ଜାଣିବାରୁମାଲ- ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଅନ୍ୟ ଜଣଙ୍କ ରୁମାଲକୁ ପାଖରେ ରଖିବା ଦ୍ୱାରା ସମ୍ପର୍କ ଛିନ୍ନ ହୋଇପାରେ । ଏହି କାରଣରୁ ପରସ୍ପର  ମଧ୍ୟରେ ଝଗଡା ହେବା ସହ ସମ୍ପର୍କରେ ତିକ୍ତତା ଆସିପାରେ ବୋଲି କୁହାଯାଏ । ତେଣୁ ଆମେ କଦାପି ଅନ୍ୟର ରୁମାଲକୁ ଆମ ପାଖରେ ରଖିବା ଅନୁଚିତ୍ ।

ଘଣ୍ଟା ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ମଧ୍ୟ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ଆଧାରରେ ଦେଖାଯାଏ । ହାତରେ ଅନ୍ୟର ଘଣ୍ଟା ପିନ୍ଧିବା ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇପାରେ ।

ମୁଦି- ଅନ୍ୟର ମୁଦି ମାଗି ପିନ୍ଧିବା ମଧ୍ୟ ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି ବିବେଚନା କରାଯାଏ  । ଏହା କରିବା ଦ୍ୱାରା ମଣିଷର ସ୍ୱାସ୍ଥ୍ୟ, ଜୀବନ ଏବଂ ଅର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।

ପେନ୍- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମେ କେବେବି ଅନ୍ୟର କଲମକୁ ଆମ ସହ ରଖିବା ଅନୁଚିତ୍ । କ୍ୟାରିୟର ଦୃଷ୍ଟିରୁ ଏହା କେବଳ ଅପ୍ରୀତିକର ବୋଲି ବିବେଚନା କରାଯାଏ ନାହିଁ, ବରଂ ଆପଣଙ୍କ ଧନହାନୀ ମଧ୍ୟ ହୋଇପାରେ ।

ପୋଷାକ- ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମେ ଅନ୍ୟର ପୋଷାକ କେବେ ବି ପିନ୍ଧିବା ଉଚିତ୍ ନୁହେଁ । ଏହି କାରଣରୁ, ନକାରାତ୍ମକ ଶକ୍ତି ଆମ ଭିତରେ ପ୍ରବେଶ କରେ ଏବଂ ଜୀବନରେ ଅନେକ ପ୍ରକାରର ଅସୁବିଧା ଆସିବା ଆରମ୍ଭ ହୋଇଥାଏ ।

Spread the love