କେଉଁ କାମ ପାଇଁ କେଉଁ ଦିଗ ହୋଇଥାଏ ଶୁଭ

ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କେଉଁ କାମ ପାଇଁ କେଉଁ ଦିଗ ଶୁଭ ହୋଇଥାଏ। ଏଥିରେ ଉତ୍ତର ଦିଗକୁ ସଫଳତାର ଦିଗ ବୋଲି କୁହାଯାଇଛି। କୌଣସି ବି ନୂଆ କାମ ଉତ୍ତର ଦିଗ ଆଡ଼କୁ ମୁହଁ କରି ଆରମ୍ଭ କରିବା ଉଚିତ।ବାସ୍ତୁ ମୁତାବକ, ପୂଜା କରିବା ସମୟରେ ବ୍ୟକ୍ତିର ମୁହଁ ପଶ୍ଚିମ ଦିଗ ଆଡ଼କୁ ରହିବା ଉଚିତ। ସେହିପରି ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ। କାରଣ, ଏହି ଦିଗ ସେମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହି ଦିଗକୁ ମୁହଁ କରି ବସି ପଢ଼ିଲେ ନିଶ୍ଚୟ ସଫଳତା ପ୍ରାପ୍ତ ହୋଇଥାଏ।

ଦୋକାନ କିମ୍ବା ଅଫିସରେ କାମ କରିବା ସମୟରେ ବସ୍‌ଙ୍କ ମୁହଁ ସବୁବେଳେ ଉତ୍ତର ଆଡ଼କୁ ରହିବା ଉଚିତ। ଏହାଦ୍ୱାରା କାମରେ ସବୁବେଳେ ସଫଳତା ମିଳିଥାଏ। ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କଲା ବେଳେ ଆପଣଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗ ଆଡ଼କୁ ରହିବା ଶୁଭ ହୋଇଥାଏ।

ଖାଦ୍ୟ ଖାଇବା ସମୟରେ ପୂର୍ବ ଏବଂ ଉତ୍ତର ଦିଗ ଆଡ଼କୁ ମୁହଁ ରହିବା ଉଚିତ। 

Spread the love