ବାସ୍ତୁ ଅନୁଯାୟୀ କେଉଁ ଦିଗକୁ ମୁଁହ କରି ଖାଇବା ଉଚିତ

କୁହାଯାଏ ଯେ ଯଦି ଗୋଟିଏ ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର କଦାପି ଉନ୍ନତି ହୋଇ ନଥାଏ । ତେଣୁ ଯେବେବି ଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁ ଅନୁସାରେ କରିବା ନିହାତି ଆବଶ୍ୟକ ।ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ ।ସେହିଭଳି ଏଠାରେ କେଉଁ ଦିଗକୁ ମୁହଁ କରି ଖାଇବା ଆବଶ୍ୟକ ସେହି ବିଷୟରେ କୁହା ଯାଇଛି, କାରଣ ଦିଗ ମାନଙ୍କର ସମ୍ପର୍କ ଦେବତା ମାନଙ୍କ ସହିତ ରହିଛି ।

  1.  ଯଦି ଆପଣ ଦକ୍ଷିଣ ଦିଗକୁ ମୁଖକରି ଭୋଜନ କରୁଛନ୍ତି ତେବେ ଏହା ଠିକ ନୁହେଁ  ଦକ୍ଷିଣ ଦିଗକୁ ମୁଖକରି ଭୋଜନ କଲେ ଆୟୁ ହ୍ରାସ ହୋଇଥାଏ ।ଅନେକ ପ୍ରକାର ସମସ୍ୟା ଜୀବନରେ ଦେଖା ଦେଇଥାଏ ଦକ୍ଷିଣ ଦିଗ ଯମ ଙ୍କ ଦିଗ ଅଟେ ଏହି ଦିଗକୁ ମୁଖକରି ଦୀପଦାନ କରିବା ଆବଶ୍ୟକ
  2. ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ । ପୂର୍ବ ଦିଗଟି ସୂର୍ଯ୍ୟଙ୍କ ଦିଗ ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ ।ପାଚନ ଶକ୍ତି ବୃଦ୍ଧି ହୋଇଥାଏ ।ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ
  3.  ବିଶେଷ ଭାବରେ ଛାତ୍ର ଓ ପ୍ରତିଯୋଗୀଙ୍କ ପାଇଁ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ । ଏହି ଦିଗ ଟି ଧନ, ଜ୍ଞାନ, ଏବଂ ଆଧ୍ୟାତ୍ମିକ ଦିଗ ଅଟେ ।

 ପଶ୍ଚିମ ଦିଗକୁ ଲାଭ ର ଦିଗ ବୋଲି କୁହାଯାଇ ଥାଏ । ଯେଉଁ ବ୍ୟକ୍ତିମାନେ ବ୍ୟବସାୟ କରୁଛନ୍ତି କିମ୍ବା ଚାକିରୀ କରୁଛନ୍ତି କିମ୍ବା କୌଣସି ଲେଖକ ଭଳି କାର୍ଯ୍ୟରତ ତାଙ୍କୁ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଆବଶ୍ୟକ ।

Spread the love