ବିପଦ ଆସିବା ଆଗରୁ ମିଳିଥାଏ ଏହି ସବୁ ଅଶୁଭ ସଙ୍କେତ

୧) ଯଦି ହଠାତ୍‌ କୌଣସି କାରଣରୁ ଘଣ୍ଟା ବନ୍ଦ ହେବାକୁ ଲାଗେ, ଘଣ୍ଟାର କାଚ ଭାଙ୍ଗିବାକୁ ଲାଗେ, ଝରକାର କାଚରେ ଫଟା ଦାଗ ସୃଷ୍ଟି ହୁଏ ତେବେ ଜାଣିବେ ଯେ ଆପଣଙ୍କ ପରିବାର ପ୍ରତି କୌଣସି ଗମ୍ଭୀର ସଙ୍କଟ ମାଡ଼ି ଆସୁଛି।

୨) ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରୀ ବାହାରକୁ ଚାଲିଆସେ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଶୁଭ ଖବର ମିଳିବ। ହେଲେ ଯଦି କ୍ଷୀର ଉତୁରୀ ପୁରା ତଳକୁ ନିଗିଡି ନିଆଁରେ ପୋଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ। ଆଗକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଛି ବୋଲି ଜାଣି ସାବଧାନ ରୁହନ୍ତୁ l

୩) ଯଦି ଆପଣଙ୍କ ରୋଷେଇ ଘରେ ଥିବା କାଚ ବାସନ ଲଗାତାର ଭାଙ୍ଗିବାକୁ ଲାଗେ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଉପରେ କୌଣସି ଏକ ବଡ଼ ଆର୍ଥିକ ସମସ୍ୟା ଆସିବ।

୪) ଯଦି ଆପଣଙ୍କ ଘରେ କୌଣସି ଶୁଭ କାମରେ ବାରମ୍ବାର ବିଘ୍ନ ଆସେ, ତେବେ ବୁଝିଯାଆନ୍ତୁ ଯେ ଆସନ୍ତା ବର୍ଷରେ ଆପଣଙ୍କ ଉପରେ ବିପଦର କଳା ବାଦଲ ଛାଇଯିବ। ଏହାର ପ୍ରତିକାର ପାଇଁ କୌଣସି ବାସ୍ତୁବିତ୍‌ଙ୍କୁ ଯୋଗାଯୋଗ କରନ୍ତୁ।

୫) ହଠାତ୍‌ ଯଦି କେବେ ଆପଣଙ୍କ ଘରର ଛାତ କିମ୍ବା ଅଗଣାରେ କୌଣସି ଜୀବର ହାଡ଼ ପଡ଼ିଥିବା ଦେଖିବାକୁ ମିଳେ, ତେବେ  ବୁଝିଯାଆନ୍ତୁ ଯେ, ଆପଣଙ୍କୁ କିଛି ଗୋଟେ ଖରାପ ସମାଚାର ଶୁଣିବାକୁ ମିଳିବ।

Spread the love