କେନ୍ଦ୍ର ସରକାରରେ ସାମିଲ ହେବେ ବସୁନ୍ଧରା ରାଜେ !

ନୂଆଦିଲ୍ଲୀ,୦୧/୦୪:  ରାଜସ୍ଥାନରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ବିଜେପି ନିର୍ବାଚନରେ ନୂଆ ଚେହେରା ସାମ୍ନାକୁ ଆଣିବା ପାଇଁ ଯୋଜନା କରୁଛି । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କୁ କେନ୍ଦ୍ର ସରକାରରେ ସାମିଲ କରିବାକୁ ଦଳ ଯୋଜନା କରୁଛି । ଯଦ୍ୱାରା ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରିବ । ସୂଚନାନୁସାରେ, ବିଜେପି ଅଶୋକ ଗେହଲଟଙ୍କ ବିରୋଧରେ ଏକ ମଜବୁତ ଟିମ୍ ସାମ୍ନାକୁ ଆଣିବ । ଏହାସହ ରାଜ୍ୟ ନେତୃତ୍ୱକୁ ସମ୍ପୂର୍ଣ୍ଣ ଭାବେ ବଦଳାଇବ । ଏପରିକି କେହିକେହି ଦଳ ବିନା କୌଣସି ଚେହେରାରେ ନିର୍ବାଚନ ଲଢିବ ବୋଲି କହୁଛନ୍ତି । ନରେନ୍ଦ୍ର ମୋଦୀଙ୍କ ନାଁକୁ ନେଇ ରାଜ୍ୟ ବିଜେପି ନିର୍ବାଚନ ଲଢିପାରେ । ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ,  ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକଲେ କେହି ବି ମୁଖ୍ୟମନ୍ତ୍ରୀ ହୋଇପାରିବେ । ତେବେ କେନ୍ଦ୍ରରେ ତାଙ୍କୁ ସ୍ଥାନ ମିଳିପାରେ । ଏପରି କରି ସେ ନିଜ ପୁଅଙ୍କ ଭବିଷ୍ୟତ ସୁରକ୍ଷିତ ରଖିପାରିବେ । ଆହୁରି ମଧ୍ୟ ଦଳ ରାଜ୍ୟରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ କନ୍ଦଳ ଦୂର କରିବାରେ ସକ୍ଷମ ହେବ ।

ସେ ଆହୁରି କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏପ୍ରିଲ ୨ରେ ରାଜସ୍ଥାନ ଗସ୍ତ କରିବେ । ସେ ରାଜ୍ୟ ବିଜେପିର ଏସଟି ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାଦ୍ୱାରା ଦଳ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିପାରିବ ।

ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାରେ ୨୦୦ ବିଧାନସଭା ଆସନ ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୦ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା । ଏଠାରେ ପୂର୍ବରୁ ପ୍ରତି ୫ ବର୍ଷରେ ନୂଆ ଦଳ ସରକାର ଗଠନର ନଜିର ରହିଛି ।

Spread the love