ଜାଣନ୍ତୁ କିଏ କ’ଣ ଶିକ୍ଷା ଦେଉଛି…

👉 ନିଦ୍ରା –
ମୃତ୍ୟୁ ବିଷୟରେ ଶିକ୍ଷା ଦିଏ ।
👉 ସ୍ୱପ୍ନ –
ଆତ୍ମାର ଗତି ବିଷୟରେ ଶିକ୍ଷା ଦିଏ ।
👉କୁମ୍ଭାରିଆ ପୋକ –
ପରାଜନ୍ମ ବିଷୟରେ ଶିକ୍ଷା ଦିଏ ।

👉ବୁଢିଆଣୀ –
ସୃଷ୍ଟି ରଚନା ବିଷୟରେ ଶିକ୍ଷା ଦିଏ ।

👉ମହୁମାଛି –
ଗୋଟିଏ ମୁରବୀକୁ ମାନ, ସଂସାର ଭଲରେ କାଟିବ ।

👉ହଂସ –
କାହାରି ଦୋଷ ନ ଦେଖି ଗୁଣକୁ ଦେଖ ।
👉ସୂର୍ଯ୍ୟ –
ସମୟ ବଲବନ । ସମୟ ସହିତ କର୍ମକୁ ବାନ୍ଧ ।

👉ଜଳ –
ଅନ୍ତର ପରିଷ୍କାର କର ଓ ଦେବାକୁ ଭଲ ପାଅ ।

👉ଆକାଶ –
ସମସ୍ତେ ଗୋଟିଏ ଛାତ ତଳେ ଅଛ । ପର ଆପଣା ଭେଦଭାବ କାହିଁକି ?

👉ଛୋଟପିଲା –
ମୋ ହସ ଯଦି ସମସ୍ତଙ୍କୁ ଭଲ ଲାଗୁଛି , ତୁମ୍ଭ ହସରେ କପଟତା କାହିଁକି ?

👉ସମୁଦ୍ର –
ମୋ ଠାରୁ କ’ଣ ତୁମ୍ଭ ପାଖରେ ବେଶି ଧନ ଅଛି ? ମୁତ ଦିନରାତି ଆନନ୍ଦରେ ନାଚୁଛି , ତୁମ୍ଭେ ଅଳ୍ପ ଧନରେ ଏତେ ଗର୍ବ କାହିଁକି କରୁଛ ?

👉ମୃତ୍ୟୁ –
ଠିକ୍ ବାଟରେ ଚାଲ – ମୁଁ ତୁମ୍ଭଙ୍କୁ ଠିକ୍ ସ୍ଥାନରେ ପହଞ୍ଚାଇ ଦେବି।

Spread the love