ସନ୍ଧ୍ୟାରେ ଓଡିଶାରେ ପହଁଚିବେ କେନ୍ଦ୍ରୀୟ ଟିମ୍, ବାତ୍ୟା ଜଓ୍ୱାଦ କ୍ଷୟକ୍ଷତିର କରିବେ ସମୀକ୍ଷା

ଭୁବନେଶ୍ୱର, ୧୧|୧୨  ବାତ୍ୟା ଜଓ୍ବାଦ କ୍ଷୟକ୍ଷତିର ଆକଳନ କରିବା ପାଇଁ ଶନିବାର ଆସିବ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଏହି ଟିମ୍ ୨ ଦିନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିବ।

ଗଞ୍ଜାମ,କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, ପୁରୀ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବ ଟିମ୍। ଏହି ଟିମ୍ ଶନିବାର ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ। ଟିମ୍ ର ସଦସ୍ୟ ୩ ଭାଗରେ ବିଭକ୍ତ ହୋଇ ଜିଲ୍ଲା ବୁଲିବେ । ୧୩ ତାରିଖରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କ୍ଷୟକ୍ଷତି ନେଇ ଆଲୋଚନା କରିବେ। ଏହାପରେ ଅପରାହ୍ନ ସାଢ଼େ ୫ଟାରେ ଦିଲ୍ଲୀ ଫେରିଯିବ ଟିମ୍।

Spread the love