ବାୟୁ ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ତାମିଲନାଡୁ ୦୮/୧୨: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର କ୍ରାସ୍‌ରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ପୂର୍ବରୁ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଦୁଇ ପାଇଲଟ, ଜଣେ ଇଞ୍ଜିନିୟର ଓ ଆଉ ଜଣେ ଯବାନଙ୍କ ମୃତଦେହ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଛି ।

ତେବେ ଏଥିରେ CDS ବିପିନ ରାଓ୍ୱତଙ୍କ ଅବସ୍ଥା ଗୁରୁତର ଅଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତାଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟିରୁ ସୁଲରୁ ଆସୁଥିବାବେଳେ ଏହ ସେନା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଟି ଆର୍ମି କ୍ୟାମ୍ପରୁ କାମ ସାରି ଆସୁଥିବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ସିଡିଏସ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଫଟୋ ଓ ଭିଡିଓରେ ହେଲିକପ୍ଟରଟି ଖଣ୍ଡ ବିଖଣ୍ଡିତ ହୋଇ ଜଳୁଥିବା ଦେଖିବାକୁ ମିଳିଛି ।

କନ୍ନୁର ଠାରୁ ୭ କିମି ଦୂର କାଟ୍ଟେରୀ ନିକଟ ଏକ ଜଙ୍ଗଲିଆ ଅଞ୍ଚଳରେ ସେନାର ଏହି ହେଲିକପ୍ଟରଟି ଖସି ପଡ଼ିଥିଲା। ଖରାପ ପାଗ ଯୋଗୁ ଏପରି ଘଟିଥିବା ସେନା ପକ୍ଷରୁ କୁହାଯାଇଛି । ବାୟୁସେନା ପକ୍ଷରୁ ଟ୍ୱିଟ୍‌ ଯୋଗେ ଘଟଣାର ସୂଚନା ଦିଆଯିବା ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଏହି ଦୁର୍ଘଟଣାକୁ ନେଇ ବିବୃତି ଦେବେ ବୋଲି ଜଣାପଡ଼ିଛି ।

ବାୟୁ ସେନା ଟ୍ୱିଟ୍ କରି କହିଛି ଯେ Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ତାଙ୍କ ପରିବାର ସଦସ୍ୟ ଯାତ୍ରା କରୁଥିଲେ। ହେଲିକପ୍ଟରଟି କନ୍ନୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦଶ ଦିଆଯାଇଛି। ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲଏସ ଲିଡର, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।

Spread the love