ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ଡାକ୍ତରଖାନାରେ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୩୦/୦୯: ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ଇଣ୍ଡିଗୋ ବିମାନ । ଏହି ବିମାନ କୋଲକାତାରୁ ହାଇଦରାବାଦ ଯାଉଥିଲା । ମଝି ଆକାଶରେ ଜଣେ ଯାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ବିମାନକୁ ଜରୁରୀ ଅବତରଣ  କରିଯାଇଥିବା ସୂଚନା ମିଳିଛି । ଆମ୍ୱୁଲାନ୍ସ ଯୋଗେ ଅସୁସ୍ଥ ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Spread the love