ଭୁବନେଶ୍ଵର ଓ ବ୍ରହ୍ମପୁରରେ କିଏ ହେବେ ମହିଳା ମେୟର ?

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ପରେ ପରେ  ପୌର ନିର୍ବାଚନକୁ ଶୀଘ୍ର ସାରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ କଟକ ମହାନଗର ନିଗମର ପଦବୀକୁ ଅଣ ସଂରକ୍ଷିତ ରଖାଯାଇଛି । ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ମେୟର ପଦବୀ ପାଇଁ ଆରମ୍ଭ ହୋଇଗଲାଣି ଆଶାୟୀଙ୍କ ଲବି।

ଭୁବନେଶ୍ବର ଓ ବ୍ରହ୍ମପୁରରେ କିଏ ହେବେ ମହିଳା ମେୟର ?  କଟକ ପାଇଁ ବି ଜୋର୍ ଧରିଛି ଚର୍ଚ୍ଚା । ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ଆରମ୍ଭ ହୋଇଗଲାଣି ଆଶାୟୀଙ୍କ ଲବି । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ପରେ ପରେ  ପୌର ନିର୍ବାଚନକୁ ଶୀଘ୍ର ସାରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ କଟକ ମହାନଗର ନିଗମର ପଦବୀକୁ ଅଣ ସଂରକ୍ଷିତ ରଖାଯାଇଛି । ଏନେଇ ଗେଜେଟ୍ ବିଜ୍ଞପ୍ତି ପକାଶ ପାଇବା ପରେ ମେୟର ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।

ପ୍ରଥମ ଥର ପାଇଁ ଭୁବନେଶ୍ବର ମହାନଗର ନିଗମରେ ଜଣେ ମହିଳା ହେବେ ମେୟର । ବିଏମସି ଗଠନ ହେବା ଠାରୁ କୌଣସି ମହିଳା ମେୟର ହୋଇନାହାନ୍ତି । ତେବେ ବିଜ୍ଞପ୍ତି ପ୍ରକାଶ ପରେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ସେଥିରେ ବିଜେଡି ପକ୍ଷରୁ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ତଥା ବିଜେଡି ମୁଖପାତ୍ର ସୁଲତା ଦେଓ, ଏଲିନା ଦାସ, ପ୍ରିତିନନ୍ଦା ରାଉତ, ମହାମାୟା ସ୍ବାଇଁ, କେ.ଶାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେହିଭଳି ବିଜେପିରୁ ଚର୍ଚ୍ଚାରେ ଅଛନ୍ତି ଅର୍ପିତା ବଡ଼ଜେନା, ଲେଖାଶ୍ରୀ ସାମନ୍ତସିଂହାର, , ଉର୍ମିଳା ମହାପାତ୍ର, । କଂଗ୍ରେସରେ ମଧ୍ୟ ରଶ୍ମୀ ମହାପାତ୍ର, ମିନତୀ ମିଶ୍ର ଓ ମାଳତୀ ଦେଇଙ୍କୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

ବ୍ରହ୍ମପୁର ମହାନଗର ନିଗମରେ ଦ୍ବିତୀୟ ଥର ପାଇଁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏମିତିରେ ବିଜେଡିରୁ ବ୍ରହ୍ମପୁର ମେୟର ପ୍ରାର୍ଥୀ ଭାବେ ଯେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ସେମାନେ ହେଲେ ମମତା ବିଶୋୟୀ, ସଂଘମିତ୍ରା ଦଳେଇ, କେ. ମାଧବୀ । ସେହିଭଳି ବିଜେପିରୁ ଏସ.ରାଣୀ, ସୁଭାଷିନୀ ପଟ୍ଟନାୟକ, ନମିତା ପଣ୍ଡା, ବବିତା ପାତ୍ର ଏବଂ ବନଜା ପଣ୍ଡାଙ୍କୁ ନେଇ ଚର୍ଚ୍ଚା ହେଉଛି ।କଂଗ୍ରେସ କ୍ୟାମ୍ପରେ ମଧ୍ୟ ବନଜା ପଣ୍ଡାଙ୍କୁ ନେଇ ଟୁପୁରୁ ଟାପୁରୁ ଶୁଣିବାକୁ ମିଳୁଛି ।

ସେପଟେ କଟକ ମହାନଗର ନିଗମ ମେୟର ପଦବୀ ଅଣ ସଂରକ୍ଷିତ ଥିବାରୁ ଏବେ ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେଡିରୁ ରଞ୍ଜନ ବିଶ୍ବାଳ, ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରୟଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଛି ।  ସେହିଭଳି ବିଜେପିରୁ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ବିନୋଦ ଦାସ ଏବଂ ଶ୍ରୀତମ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସରୁ ଚର୍ଚ୍ଚାରେ ଅଛନ୍ତି ସୁରେଶ ମହାପାତ୍ର । ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ  କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ଭିତରେ ପୌର ପ୍ରଶାସନ ନିର୍ଦେଶକଙ୍କ ନିକଟରେ ଆବେଦନ କରିପାରିବେ। ଏହା ପରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ହେବ ।

Spread the love