ଭୁବନେଶ୍ବର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ୧୩।୦୪ : ରାଜଧାନୀର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ ସମସ୍ୟା ଭିତରେ ଅଛନ୍ତି ସ୍ମାର୍ଟ ସିଟିବାସୀ ।

ଖବର ଅନୁଯାୟୀ,  ଏଭିତରେ ୭ ଦଶନ୍ଧି ବିତିଗଲାଣି । ରାଜଧାନୀର କଳେବର ବଢ଼ିଛି । ଲୋକସଂଖ୍ୟା ବଢ଼ିବା ସହ ବିକାଶ ଆଗେଇଛି । ଅନେକ ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଆଇଆଇଟି, ନାଇଜର ସହ ଶିକ୍ଷା ଭିତ୍ତିଭୂମି ବହୁତ ଆଗକୁ ବଢ଼ିଛି । ବିଶ୍ବ ସ୍ତରୀୟ କ୍ରୀଡ଼ା ଆୟୋଜନ କରି ପ୍ରଶଂସା ସାଉଁଟିଛି ଭୁବନେଶ୍ବର । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜଧାନୀ । ତଥାପି ବିକାଶ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି । ଆହୁରି ଅନେକ ଆହ୍ବାନ ରହିଛି । ଆଜି ପ୍ରତିଷ୍ଠା ଦିବସ ଅବସରେର ପିଏମଜିରେ ପରେଡ ହେବ । ଭୁବନେଶ୍ଵରର ୭୨ଟି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ରାଜଧାନୀ ପ୍ରତିଷ୍ଠା ଦିବସ ପରେଡରେ ସାମିଲ ହେଉଛନ୍ତି । ପ୍ରଶାସନ ଓ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ କମିଟି ସହେଯୋଗରେ ବିଧାନସଭା ସମ୍ମୁଖ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ପ୍ରତିଷ୍ଠା ଦିବସ ପାନଳ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Spread the love