କେବଳ ରାଷ୍ଟ୍ରପତିଙ୍କୁ ଉପହାସ ନୁହେଁ ବରଂ ରାଷ୍ଟ୍ରର ସମ୍ବିଧାନ, ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ରାଷ୍ଟ୍ରବାସୀଙ୍କୁ ଉପହାସ : ବାବୁ ସିଂ

ଭୁବନେଶ୍ୱର,ତା.୨୮/୦୭: ଜନଜାତି ବିରୋଧୀ, ମହିଳା ବିରୋଧୀ ଅସହିଷ୍ଣୁ କଂଗ୍ରେସ ଦଳର ନେତୃବୃନ୍ଦ ବର୍ତମାନ ଅଭଦ୍ରାମୀରେ ମଧ୍ୟ ଚରମ ସୀମା ଅତିକ୍ରମ କରିଛି । ପ୍ରଥମଥର ପାଇଁ ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତିଭାବେ ଅଧିଷ୍ଠିତ ହୋଇଥିବା ଜନଜାତି ବର୍ଗର ମହିଳାଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ଅପଶବ୍ଦ କହି ସଂସଦୀୟ ଦଳ ନେତା ଶ୍ରୀ ଅଧିର ଚୌଧୁରୀ କଂଗ୍ରେସ ଦଳର ହିନ ମାନସିକତାକୁ ପ୍ରମାଣିତ କରିଛନ୍ତି । ଦେଶର ପ୍ରଥମ ଆଦିବାସୀ ଓ ଓଡିଆ ମହିଳା ଶ୍ରୀମତୀ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ମାତ୍ରେ କଂଗ୍ରେସ ଦଳ କେବଳ ଘୃଣା, ଉପହାସ କରିଛି । କଂଗ୍ରେସ ଦଳ ମହିଳା, ଆଦିବାସୀ ଏବଂ ଗରିବ ବିରୋଧୀ ବୋଲି ସାରା ଦେଶ ଜାଣିଛି । କିନ୍ତୁ ଦେଶର ପ୍ରଥମ ନାଗରିକ ତଥା ସର୍ବଚ୍ଚୋ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ଜଣେ ମହିଳା ଓ ଜନଜାତି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ସାଢ଼େ ଚାରିକୋଟି ଓଡିଆଙ୍କୁ ଗଭୀର ଆଘାତ ଦେଇଛି ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ କହି କେବଳ ରାଷ୍ଟ୍ରପତିଙ୍କୁ ଉପହାସ କରିନାହାନ୍ତି ବରଂ ରାଷ୍ଟ୍ରର ସମ୍ବିଧାନ, ରାଷ୍ଟ୍ରର ଗଣତନ୍ତ୍ର, ରାଷ୍ଟ୍ରର ମର୍ଯ୍ୟାଦା ଏବଂ ରାଷ୍ଟ୍ରବାସୀଙ୍କୁ ଉପହାସ କରିଛନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ଅପମାନ ପ୍ରତିବାଦରେ ଆଜି ବିଜେପି କାର୍ଯ୍ୟାଳୟରୁ ରାମମନ୍ଦିର ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଚୌଧୁରୀଙ୍କ ଟିପ୍ପଣୀ ଅତ୍ୟନ୍ତ ଲଜ୍ଜାଜନକ ଓ ସମ୍ବୋଧନ ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା କ୍ଷୁର୍ଣ୍ଣ କରୁଛି । ଯଥାଶୀଘ୍ର ଶ୍ରୀ ଚୌଧୁରୀଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ନିସର୍ତଃ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀ ସିଂ ଦାବୀ କରିଛନ୍ତି ।

ଏହି ଅବସରରେ ଶ୍ରୀ ସିଂଙ୍କ ସମେତ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଟଙ୍କଧର ତ୍ରିପାଠୀ, ହରିହର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ମନୋରଞ୍ଜନ ସ୍ୱାଇଁ, ନିରଞ୍ଜନ ରାଉତରାୟ, ମାନଶୀ ରାୟ, ତୃପ୍ତିମଇ ମକଦ୍ଦମ, ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂ, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଅରୁଣ ପୁରୋହିତ, ସୋୟଂଭୁ ପଟ୍ଟନାୟକ, ଜିଲ୍ଲା ଯୁବ ମୋର୍ଚ୍ଚ ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ସମ୍ପାଦକ ଉର୍ଣ୍ଣତି ପରିଡା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ଏସି ମୋର୍ଚ୍ଚା ସଭାପତି ଆଲୋକ ସେଠୀ, ଜିଲ୍ଲା କାର୍ଯ୍ୟକର୍ତା ଭିମସେନ ନାୟକ, ଜ୍ୱତିରେଖା ନାୟକ, ସତରୁପା ଦାସ, ତୁଳସୀ ବିଶୋଇ, ଲିପା ଦାସ, ପ୍ରତୀକ୍ଷା ମହାପାତ୍ର, ଜୟା ମଲ୍ଲିକ, କୈଳାସ ରଥ, ସୁଜିତ ସାହୁ, ସୁନୀଲ ସ୍ୱାଇଁ, ସୁଭକାନ୍ତ ସାହୁ, ପ୍ରଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love