ବେଆଇନ୍‌ ମାଟି ଉଠାଣ ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ ଆର୍.ଆଇ ଏବଂ ସହକାରୀ କର୍ମଚାରୀଙ୍କୁ ମାଡ଼

ବାଲିପାଟଣା, ୦୬/୦୫: ଆର.ଆଇ ଏବଂ ସହକାରୀ କର୍ମଚାରୀଙ୍କୁ ମାଡ ମାରିଲେ ମାଟି ମାଫିଆ । ଘଟଣା ଘଟିଛି ବାଲିପାଟଣା ତହସିଲ ସୋମଣାଶାସନ ଆର୍.ଆଇ ଅଧିନ ସେଉଳକୁଣ୍ଡ ଗ୍ରାମରେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ସୋମଣଶାସନ ଆର.ଆଇ ବସନ୍ତ ସ୍ଵାଇଁ, କର୍ମଚାରୀ ବେଣୁଧର ପରିଡା ଆହାତ ହୋଇଛନ୍ତି ।

ସୂଚନା ଅନୁଯାୟୀ ସୋମଣା ଶାସନ ଆର.ଆଇ ସର୍କଲ ଅଧିନ ଉଳକୁଣ୍ଡ ମୌଜାରୁ ବେଆଇନ୍ ଭାବେ ଜେସିବି ଲୋଡର ମେସିନ୍ ଏବଂ ଟ୍ରାକ୍ଟର ଯୋଗେ ମାଟି ଚାଲାଣ ହେଉଥିବା ଆର.ଆଇ. ବସନ୍ତ ସ୍ଵାଇଁ ଖବରପାଇଥିଲେ । ସୂଚନା ପାଇବା ପରେ ଆର.ଆଇ ଘଟଣା ସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ । ମାଟି ଚାଲାଣ ହେଉଥିବା ବେଳର ଫଟୋ ଉଠାଇବା ବେଳେ ଦୁଇ ଜଣ ମାଟି ମାଫିଆ ଆର.ଆଇ. ବସନ୍ତ ସ୍ଵାଇଁ ଏବଂ ତାଙ୍କ ସହକାରୀ କର୍ମଚାରୀ ବେଣୁଧର ପରିଡାଙ୍କୁ ମାଡ ମାରିବା ସହ ମୋବାଇଲ୍ ଛଡାଇ ନେଇଛନ୍ତି । ଦୁର୍ବୃତ୍ତଙ୍କ ମାଡରେ ଉଭୟ କର୍ମଚାରୀ ଆହାତ ହୋଇଛନ୍ତି । ଖବର ପାଇ ବାଲିପାଟଣା ତହସିଲଦାର ପୋଲିସ୍ ସହାୟତାରେ ଘଟଣା ସ୍ଥଳରେ ପହଁଞ୍ଚି ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ।

Spread the love