ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକା କଳା

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକା କଳା । ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକାକଳା ମାଧ୍ୟମରେ ରାମନବମୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

ଭୁବନେଶ୍ୱରରେ ବି ଶ୍ରୀରାମଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼

ଏପଟେ ରାମ ନାମରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ରାମ ନବମୀ ପାଇଁ ସଜେଇ ହୋଇଛି ଭୁବନେଶ୍ୱର ୟୁନିଟ-୩ ରାମ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିର । ଭୁବନେଶ୍ୱର ରାମ ମନ୍ଦିରରେ ଭୋର ୫ଟା ୩୦ରେ ମଙ୍ଗଳ ଆରତି ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ପୂର୍ବାହ୍ନ ୭ଟାରେ ଶୃଙ୍ଗାର ଆଳତି ଓ ୮ଟାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ଓ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି କରାଯିବ। ଶୃଙ୍ଖଳିତ ଦର୍ସନ ପାଇଁ ମନ୍ଦିର ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Spread the love