ରଘୁ ମଉସାଙ୍କ ମଝିଆ ଝିଅ ବେବିନା…

 

ବେବିନା କାନ୍ଦୁଛି । ପ୍ରତିମୂହୁର୍ତ୍ତରେ କାନ୍ଦୁଛି ।  ପୁରୁଷ ପ୍ରଧାନ୍ୟ  ଭାରତ ବର୍ଷରେ ପ୍ରତିମୂହୁର୍ତ୍ତରେ, ପ୍ରତି ସେକେଣ୍ଡରେ ଜଣେ ବେବିନା ଦୁଷ୍କର୍ମର ଶିକାରେ ହେଉଛି ।

ମୁଁ କହୁଛି ରଘୁ ମଉସା ଓ ତାଙ୍କ ମଝିଆ ଝିଅର ବେବିନାର କଥା ।

ରଘୁ ମାଉସା- ପରିବାରର 5 ପ୍ରାଣୀ ।  ସ୍ୱାମୀ ସ୍ତ୍ରୀ ଓ ତିନି ଝିଅ । ଆର୍ଥିକ ସମ୍ବଳ ଭଲ ନାହିଁ । ରହିବା ପାଇଁ   ଜରିପାଲ  ଘୋଡା ହୋଇଥିବା ଘରଟିଏ । ବର୍ଷା ହେଲେ ଗୋଟିଏ କୋଠରୀରେ ଜାକିଜୋକି ହୋଇ   ସମସ୍ତେ ଶୋଇଥାନ୍ତି । ଧିରେ ଧିରେ ଝିଅମାନେ ବଡ ହେଲେଣି । ବାପା ମୁଣ୍ଡରେ ଭାରିଚିନ୍ତା । ବଢିଲା ଝିଅ ନଇର ଶୁଅ ପରି । ବେଶିଦିନ ତାଙ୍କୁ  ରଖି ହେବନାହିଁ । ଯେମିତି ହେଲେ ଏହି ବର୍ଷ ବଡ ଝିଅର  ବାହାଘର କରିବାକୁ ପଡିବ । ବହୁଥର ପ୍ରସ୍ତାବ ଆସିଲାଣି । ବର ପକ୍ଷର ଦାବିରପୂରଣ କରି ନପାରିବାରୁ କେହି ରାଜି ହେଉନାହାନ୍ତି । ବଡ ଝିଅ ମାଆର ଗେହ୍ଲି । ଆଉ  ସାନ ଝିଅ ବାପାର । ହେଲେ ମଝିଆ ଝିଅ ସବୁବେଳେ ଆପଣାର ହେବାକୁ ହେବାକୁ ଚାହେଁ । ରଘୁ  ମାଉସା ମୁଣ୍ଡରେ ଭାରି ଚିନ୍ତା । ଏଥର ଯେମିତି ହେଲେ ବଡ ଝିଅକୁ ବିଦା କରିବାକୁ ହେବ । ଲୋକଙ୍କର ଟାହି ଟାପରା ଆଉ ସହି ହେବନି ।

ଛଅମାସ ପରେ …

ସ୍ତ୍ରୀର ଗହଣା ଓ ନିଜର ଥିବା ଜମି 5ଗୁଣ୍ଠକୁ ବନ୍ଧକ ରଖି ବଡ ଝିଅକୁ ବିଦା କଲା ରଘୁ ମଉସା । ଏବେ କଣ କରିବେ । ଜମି ଖଣ୍ଡକ ଥିଲା ବନ୍ଧା ପଡିଲା । ରଘୁ ମଉସା ବି ବୁଢା ହୋଇଗଲେଣି । ଏବେ ସବୁ ଦାୟିତ୍ୱ ମଝିଆ ଝିଅ ବେବିନା ହାତରେ । ରଘୁ ମଉସାଙ୍କର ମଧ୍ୟ ବସୟ ହୋଇଗଲାଣି । ବୁଡି ଯାଉଥିବା ଲୋକର ଦୁବ ଘାସକୁ ଭରଷା ଥାଏ । ଏତିକି ବେଳେ ସାହୁ ଘର କକା ଆସି କହିଲେ, ବେବିନା ତୁ ସୁରଟ ଯିବୁ । ସେଠି ଗୋଟେ ଭଲ କାମ ଅଛି । ଦରମା 12 ହଜାର ପାଇବୁ । 12 ହଜାର ଟଙ୍କା ବେବିନା ପାଇଁ ଥିଲା ବହୁତ । ରହିବା  ଖାଇବା ମଧ୍ୟ ସେଇଠି । ପାଖ ଗାଁର କେତେ ଝିଅ ଯାଇଛନ୍ତି । ତୋ ବାପା କୁ ପଚାର । ଯଦି ରାଜି ହୁଅନ୍ତି ତାହେଲେ ମୁଁ କମ୍ପାନୀ ସହ କଥା ହେବି । ତୋତେ ବାଧ୍ୟ କରୁନି… ।

ବେବିନା- ସାହୁ କକାଙ୍କ କଥାରେ ରାଜି ହୋଇଗଲା । ଆର୍ଥିକ ଅନାଟନ ତାକୁ ଅନ୍ଧ କରିଦେଇଥିଲା । କିଛି ଭାବିବା ଆଗରୁ ସେ ବାପାଙ୍କୁ କହି ରାଜି କରେଇ ଦେଲା ।

ବେବିନା ବାହାରିଲା ସୁରଟ । ଯିଏ ଦିନେ ଷ୍ଟେସନ ଦେଖିନି ସିଏ ବାହାରିଛି ସୁରଟ । ବଡବଡ କୋଠା ଆଉ ଟଙ୍କା ତାକୁ ଟାଣିନେଇଛି । ଟ୍ରେନ ଟିକେଟ ମୂଲ୍ୟ ବି ସେ ଜାଣିନି । ବାସ୍ ସେ ସୁରଟ ଯିବ ଏତିକି ଜାଣିଛି ।  ଟ୍ରେନ ଚାଲିଲା । 6 ଘଣ୍ଟା ପରେ ବେବିନା କୁ ନିଦ ଲାଗିଲା । ସେ ଶୋଇପଡିଲା । ନିଦ ଭାଙ୍ଗିବା ବେଳକୁ  ସେ ବହୁଦୂର ଚାଲି ଯାଇଥାଏ । ଉଠି ଦେଖିଲା ସାହୁ କକା ନାହାନ୍ତି । କଉଠି ସେ ନିଜେ ଜାଣିନି । ପାଖରେ ବସିଥିବା ଲୋକେ ସବୁ ହିନ୍ଦିରେ କଥା ହେଉଛନ୍ତି । ଖୋଜିଲା ଆଖିରେ ସେ ଚାରିଆଡକୁ ଚାହିଁଲା । ସେଥିମଧ୍ୟରୁ ଜଣେ କହିଲା ଆରେ ଝିଅ ତୁ କକାକୁ ଖୋଜୁଛୁ କି । ସେ ଆର ବଗିରେ ଅଛନ୍ତି । ମୁଁ ଅଛି । ତୋର କିଛି ଅସୁବିଧା ହେବନି । ରାତି ପାହିଲା । ସାକଳ 8ଟା ରେ ବେବିନା ଉଠିଲା ବେଳକୁ ଟ୍ରେନ ସୁରଟ ନୁହେଁ ଉତ୍ତରପ୍ରଦେଶର କାନପୁର ଷ୍ଟେସନରେ ପହଞ୍ଚିଥିଲା । ସେତେବେଳକୁ ବେବିନା ଦଲାଲ ହାତରେ 1ଲକ୍ଷ ଟଙ୍କାକୁ ବିକ୍ରି ହୋଇସାରିଥିଲା । ଉତ୍ତରପ୍ରଦେଶର ଗୋଟିଏ ପରିବାର ତାକୁ କିଣି ନେଇଥିଲା । ବେବିନାକୁ ସେ ଲୋକ କହିଗଲା ଏହି ବାବୁଙ୍କ ଘରେ ରହିବୁ ।

ଦିନ ଟା ଯେମିତି ସେମିତି କାଟିଦେଲା ବେବିନା । ସଞ୍ଜ ହେଲା ବେଳକୁ ବେବିନା ଛାତିରେ ଛନକା । ସେ କେବଳ ଏକା ଆଉ ସବୁ ପର ।  ଜଣେ ପରେ ଜଣେ ବେବିନାକୁ ଖାଲି ଅନାଇ ଚାଲିଯାଉଛନ୍ତି । ସବୁ ପୁରୁଷ । କେହି ଜଣେ ସ୍ତ୍ରୀ ଲୋକ ନାହାନ୍ତି । ଅନ୍ଧାର ଯେତେ ମାଡିଆସୁଥାଏ ବେବିନାକୁ ଭୟ କୋଳାଗ୍ରତ କରୁଥାଏ । ସେଇ ଅନ୍ଧାରରେ ବେବିନା  ନିଜକୁ ପରଖି ପାରିଲା  ଯେ ତାକୁ 18 ବର୍ଷ ହେଲାଣି ।  ଗୋଟିଏ ବଢିଲା ଝିଅର ଯୌବନ ହେଉଛି ତାର ଶତ୍ରୁ । ଆନ୍ଧାରରେ ସେ ନିଜ ଛାଇକୁ ଡରେ ।   ରାତି ପ୍ରାୟ ସାଢେ 9ଟା ।  ବେବିନାକୁ ଖାଇବାକୁ ଦେଲେ । ରୁଟି ଆଉ ମାଂସ । ବେବିନା ଖାଇଲାନି । ପେଟର ଭୋକକୁ ଯୌବନର ଭୟ ମାରି ସାରିଥାଏ । ଗୋଟିଏ ରୁଟିରୁ ଅଧା ଖାଇଛି ବେବିନା । ହଠାତ୍ ଲାଇଟ କଟିଗଲା । ତା ପାଟିରେ ଥିବା ଅଧା ରୁଟିରୁ ମଦ୍ୟପ ଓ ଯୌନ ରାକ୍ଷସାମାନେ ଛଡାଇ ଖାଇଗଲେ । ତା ପରେ ଜଣେପରେ ଜଣେ ଲୋଟି ପଡିଲେ ବେବିନା ଉପରେ । ଭୋକିଲା କୁକୁର ପରି ତା କୋମଳ ଦେହକୁ ଝୁଣିଝୁଣି ଖାଇଗଲେ । ବହୁତ ଚିତ୍କାର କଲା । ବାପା କୁ ଖୋଜିଲା । ବୋଉକୁ ଖୋଜାଲା । ତା ପାଟିରେ ହାତ ଦିଆ ହୋଇଗଲା । ତାର ଅସହାୟ ମୂହୁର୍ତ୍ତର ଭିଡିଓ  ସୁଟ୍ କରାଗଲା । ଏମିତି ସବୁଦିନେ ଚାଲେ ।  ପ୍ରତି ରାତିରେ ବେବିନି ଆଖିକୁ ନିଦ ଆସିବା ଆଗରୁ ଆସନ୍ତି ଯୌନ ରାକ୍ଷସ । ଖିନଭିନ କରନ୍ତି । ରକ୍ତାକ୍ତ କରି ଦିଅନ୍ତି । ଚାରିକାନ୍ଥ ତାର ପଡୋଶୀ ।

କିଛିଦିନ ପରେ  ପୁଣି ସେ ବିକ୍ରି ହୋଇଗଲା ନୂଆଦିଲ୍ଲୀ । ମିଛ ସ୍ୱାମୀ ହୋଇ ଜଣେ ତାକୁ ବାହା ହୋଇଗଲା । ପରେ ତା  ମିଛ ଶ୍ୱଶୁର, ମିଛ ଦିଅର ଘରର ସବୁ ସଦସ୍ୟ ତାକୁ ପ୍ରିତିଦିନ ରେପ୍ କରନ୍ତି ।

ବର୍ଷେ ପୁରିଗଲା । ଝିଅର ଖୋଜ ଖବର ମିଳିଲା ନାହିଁ ।  ସାହୁ କକାଙ୍କୁ ପଚାରିବାରୁ ସେ କହିଲେ ବେବନା ସେଠି  ଗୋଟିଏ ପୁଅକୁ ବାହା ହୋଇଯାଇଛି ଏବଂ ସେ ସେଠି ବହୁତ ଭଲରେ ଅଛି । ତମେ ଚିନ୍ତା କରନି । ରଘୁ ମଉସାଙ୍କୁ ପ୍ରତିମାସ 3 ହଜାର ଟଙ୍କା ମିଳିଯାଏ । ମନକଥା ମନରେ ରଖି ସେ ବି ଚୁପ ରହିଲେ । ସେପଟେ ପ୍ରତିଦିନ ରାତିରେ ବେବିନାର ଦେହ ଯୌନ ରାକ୍ଷସଙ୍କ ହାତରେ ବନ୍ଧାପଡେ… ।

ସକାଳୁ ଉଠୁ ବେବିନା ଝରକା ଖୋଲି ବାହାରୁ ଅନାଏ । ଆରପାଖ ଝରକା ବଟେ ଆଉଜଣେ ବେବିନା ତାକୁ ଚାହେଁ । ବେବିନା ନିରୁପାୟ । ପଛକୁ ଫେରିଆସି କାନ୍ଥକୁ ଧରି ଗୁମୁରି ଗୁମୁରି କାନ୍ଦେ… ।     

 

Spread the love