ସୁନ୍ଦର ତ୍ୱଚା ପାଇବାକୁ ଚାହୁଁଛନ୍ତି କି ? ବିଅରକୁ ଏଭଳି କରନ୍ତୁ ବ୍ୟବହାର

ବିଅର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ କିମ୍ବା ଭଲ ନୁହେଁ ତାକୁ ନେଇ ଆମ ମନରେ ସବୁବେଳେ ପ୍ରଶ୍ନ। କିନ୍ତୁ ଏହାର ଅତ୍ୟଧିକ ମାତ୍ରା ପିଇବା ସବୁବେଳେ ଶରୀର ପାଇଁ ହାନିକାରକ ହୋଇଥାଏ। ବିଅର ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଚେହେରା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। କିନ୍ତୁ ଅନେକ ବିୟୁଟି ଏକ୍ସପର୍ଟ ବିଅର ପିଇବା ଯୋଗୁଁ ତ୍ୱଚାରେ ସୁନ୍ଦରତା ବଢିଥାଏ ବୋଲି ମତ ରଖିଛନ୍ତି। ଆସନ୍ତୁ ଜାଣିବା ବିଅର ପିଇଲେ କ’ଣ ହୋଇଥାଏ ଲାଭ..

– ଅଳ୍ପ ବିଅରରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇବା ପରେ ଶୁଖିଗଲେ କିଛି ସମୟ ପାଇଁ ଛାଡିଦିଅନ୍ତୁ। ଏପରି କଲେ ତ୍ୱଚାର ରଙ୍ଗ ଉଜ୍ୱଳ ହେବା ସହ ଡାର୍କ ସର୍କଲ ଦୂର ହୋଇଥାଏ।

– ଅଧା ଚାମଚ ଦହି, ୨ ଚାମଚ ବିଅର, ଜେତୁନ ତେଲ ଏବଂ ବାଦାମ ପେଷ୍ଟ ମିଶାଇ ମୁହଁରେ ମସାଜ କରନ୍ତୁ। ୫ ମିନିଟ ମସାଜ କରିବା ପରେ ଧୋଇଦିଅନ୍ତୁ। ଏପରି କଲେ ଚେହେରାରେ ଉଜ୍ୱଳତା ବଢିବା ସହିତ ଚମକ ବଢିଥାଏ।

– ଅଣ୍ଡାର ଧଳା ଅଂଶ ସହିତ ଅଧ ଚାମଚ ବିଅର ମିଶାଇ ମୁହଁରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତି। ଏପରେ ଭଲ ଭାବେ ମୁହଁ ଧୋଇଦିଅନ୍ତୁ। ଏପରି କଲେ ମଧ୍ୟ ତ୍ୱଚାରେ ଉଜ୍ୱଳତା ବୃଦ୍ଧି ପାଇବ।

Spread the love