ସ୍ୱାସ୍ଥ୍ୟ ପାଇଁ ଉପକାରୀ ବିଟ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ବିଟ । ପରିବର୍ତନଶୀଳ ଦୁନିଆରେ ଲୋକମାନେ ନିଜକୁ ଫିଟ ରଖିବା ପାଇଁ ଅନେକ କିଛି କରିଥାନ୍ତି । କିଏ ସକାଳୁ ଉଠି ଜିମ ଯାଏ ତ ଆଉ କିଏ ଘରେ ରହି ବ୍ୟାୟମ କରିଥାନ୍ତି , ପୁଣି ଆଉ କେତେ ଜଣ ନିଜକୁ ଫିଟ ରଖିବା ପାଇଁ ଡ଼ାଏଟ ମଧ୍ୟ କରିଥାନ୍ତି । କିନ୍ତୁ ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଏହା ବେଶ କଷ୍ଟ ଦାୟକ ହୋଇଥାଏ । ତେଣୁ ଘରେ ରହି ସୁସ୍ଥ ରହିବା ପାଇଁ ଅନେକ ଲୋକ ନିଜ ଡ଼ାଏଟ ରେ ପରିବର୍ତନ ଆଣିଥାନ୍ତି । ଆଉ ଏହି ପରିବର୍ତନ ରେ ବିଟକୁ ସାମିଲ କରିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ବିଟ ଖାଇବା ଦ୍ୱାରା ଶରୀରରେ କଣ କଣ ଉପକାର ହୋଇଥାଏ ।

ବିଟ ରେ ଅନେକ ପରିମାଣରେ ଆଣ୍ଟି ଅକଷିଡ଼ାନ୍ଟ ଓ ନାଇଟ୍ରେଟ ରହିଥାଏ । ଯାହା ଶରୀରକୁ ଅନେକ ପରିମାଣରେ ପୋଷାକ ତତ୍ୱ ଯୋଗାଇବା ସହ ଉଚ୍ଚ ରକ୍ତ ଚାପ କୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ । ଏବଂ ନିୟମିତ ବିଟ ଯୁଷ ପିଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏହାସହିତ ଏଥିରେ ଥିବା ନାଇଟ୍ରେଟ ରକ୍ତ ବାହିକା ନଳୀକୁ ସଂପ୍ରସାରିତ କରି ମସ୍ତିସ୍କ କୁ ରକ୍ତ ପ୍ରବାହ ବଢ଼ାଇ ଥାଏ । ଖାଲି ସେତିକି ନୁହେ ବିଟ ରେ ଭିଟାମିନ ସି , ଆଣ୍ଟି ଅକଷିଡ଼ାନ୍ଟ, ଫାଇବର ଏବଂ ପ୍ରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଯାହା ଶରୀରରେ ରୋଗ ପ୍ରତି ରୋଧକ ଶକ୍ତି ବଢ଼ାଇ ଥାଏ । ଏହାସହିତ ବିଟ ଜୁସ ଶରୀରରେ ରକ୍ତ ର ଅଭାବ କୁ ମଧ୍ୟ ପୂରଣ କରିବା ସହିତ କର୍କଟ ଭଳି ଗମ୍ଭୀର ରୋଗକୁ ନିୟନ୍ତ୍ରଣ ମଧ୍ୟ କରିଥାଏ । ଏବଂ ଏହା ଶରୀରରେ କର୍କଟ କୋଷକୁ ବଢିବାରେ ରୋକିଥାଏ।

Spread the love