ବେଳାଭୂମିରେ ଜମୁଛି ନଦୀ ମହୋତ୍ସବ, ଆବର୍ଜନା ମୁକ୍ତ ଲାଗି ଶପଥପାଠ

ଜଗତିସଂହପୁର ୧୫/୧୨: ଆଜି ଠାରୁ ପାରାଦୀପରେ ଆରମ୍ଭ ହୋଇଛି ନଦୀ ଉତ୍ସବ । ପାରାଦୀପ ସମୁଦ୍ର ବେଳାଭୂମିରେ ଅନୁଷ୍ଠାନିକ ଭାବେ ଏହି ଉତ୍ସବ କୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।

୧୫ତାରିଖରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ପାରାଦୀପ୍ ବେଳାଭୂମିରେ ପାଳନ ହେବାକୁ ଥିବା ବେଳେ ପ୍ରତିଦିନ ସକାଳେ ଅନେକ୍ କାର୍ଯ୍ୟକ୍ରମ ମାନ କରାଯିବ । ଶ୍ରମ ଦାନ, ବେଳାଭୂମି ସଫେଇ ଓ ଶପଥପାଠ କରାଯାଇଥିବା ବେଳେ ମହାନଦୀର ସୁରକ୍ଷା ଓ ମହାନଦୀକୁ ଅଳିଆ ଆବର୍ଜନା ଠାରୁ ମୁକ୍ତ କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି ।

Spread the love