ବେଲଜିୟମ ‌ଖେଳାଳିଙ୍କ ବିବାଦୀୟ ବୟାନ: ‘ଅର୍ଥ ବଳ’ରେ ଭାରତ ବିଶ୍ବକପ୍‌ ଆୟୋଜକ

ଭୁବନେଶ୍ବର: ହକି ବିଶ୍ବକପ୍‌ ଆରମ୍ଭ ହେବାକୁ ମାତ୍ର ଦୁଇଟି ଦିନ ବିତିଛି। କିନ୍ତୁ ଗତ ୪ ସଂସ୍କରଣ ମଧ୍ୟରୁ ଭାରତ ୩ଥର ଏହି ମହାକୁମ୍ଭକୁ ‌ଆୟୋଜନ କରିଥିବାରୁ ଜଣେ ବେଲଜିୟମ୍‌ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବେଲଜିୟମ ଖେଳାଳି ଏଲିଅଟ୍‌ ଭାନ୍‌ ଷ୍ଟ୍ରାଏଡଙ୍କ୍‌ ଏହି ଅଭିଯୋଗ ଆଣିଛନ୍ତି। ‘ଅର୍ଥ ବଳ‌’ ବଳରେ ଭାରତ ଏହି ଅଧିକାର ପାଇପାରୁଥିବା ସେ କହିଛନ୍ତି। ତାଙ୍କ କହିବାନୁସାରେ, ବିଶ୍ବରେ ଭାରତ ଏକମାତ୍ର ଦେଶ ଯିଏକି ପ୍ରତ୍ୟେକ ଦିନ ଷ୍ଟାଡିୟମ୍‌ରେ ୨୦ ହଜାର ଦର୍ଶକ ପୂର୍ଣ୍ଣ କରିପାରିବ। ପ୍ରାୟୋଜକ ବାଛିବାକୁ ନେଇ ସ୍ବଚ୍ଛତା ବଦଳରେ ଭାରତ ପକ୍ଷପାତିତା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଭାନ୍‌ ଷ୍ଟ୍ରାଏଡଙ୍କ୍‌ ଭୁବନେଶ୍ବର ଆସିଥିବା ବେଲଜିୟମ୍‌ ଦଳରେ ସ୍ଥାନ ପାଇନାହାନ୍ତି।

Spread the love