ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଅନେକ ରୋଗରୁ ମୁକ୍ତି ଦିଏ ବେଲପଣା

ଗରମ ଦିନରେ ବେଲ ପଣା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ପିଇଲେ ସର୍ବପ୍ରଥମେ ଆପଣଙ୍କୁ ଗରମ ଲାଗିବ ନାହିଁ।  ଗରମରୁ ରକ୍ଷା ପାଇବା ପାଇଁ ଏହାକୁ ରାମ ବାଣ ଔଷଧ ବୋଲି କୁହାଯାଏ। ଆହୁରି ମଧ୍ୟ ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଶରୀରରେ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ। ଆସନ୍ତୁ ଜାଣିବା ଏହା ଛଡ଼ା ଆଉ କଣ ଲାଭ ହୋଇଥାଏ ବେଲପଣା ପିଇବା ଦ୍ୱାରା ।

ଯଦି ଆପଣ ଗରମ ସମୟରେ ବେଲ ପଣା ପିଅନ୍ତି ତାହେଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କୌଣସି ରୋଗ ଆପଣଙ୍କୁ ସହଜରେ ହୋଇନଥାଏ ଓ ରୋଗ ସହିତ ଲଢ଼ିବାକୁ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ। ବେଲ ପଣାରେ ପ୍ରୋଟିନ,ବିଟା କେରୋଟିନ, ଥାୟମିନ, ରାଇବୋଫ୍ଲୋବିନ ଓ ଭିଟାମିନ-ସି ଭଳି ପୋଷକ ତତ୍ୱ ମିଳିଥାଏ।

ଶରୀରରେ ରକ୍ତ ପରିଷ୍କାର କରିବା ପାଇଁ ବେଲପଣା ବହୁତ ଲାଭ ଦାୟକ ହୋଇଥାଏ। କିନ୍ତୁ ରକ୍ତ ପରିଷ୍କାର କରିବା ପାଇଁ ବଜାରରେ ଅନେକ ପ୍ରକାର ଔଷଧ ମିଳୁଛି, କିନ୍ତୁ ବେଲପଣା ପ୍ରାକୃତିକ ବିକଳ୍ପ। ଯାହାକୁ ଆପଣ ପିଇ ପାରିବେ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।

ଏହାଛଡ଼ା ବେଲ ପଣାରେ ଅଳ୍ପ ଘିଅ ମିଶାଇ ପିଇଲେ ଶରୀରରେ ଏହାର ଭଲ ଲାଭ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ହୃଦରୋଗ ସମସ୍ୟା ଦୂର ହୋଇଥାଏ ଓ ହୃଦଘାତ ହେବାର ବହୁତ କମ ସମ୍ଭାବନା ଥାଏ।

ବେଲ ପଣା ପିଇବା ମହିଳାମାନଙ୍କ ପାଇ ବହୁତ ଲାଭ ଦାୟକ ହୋଇଥାଏ।  ଏହା ସ୍ତନ କର୍କଟ ରୋଗରୁ ମୁକ୍ତି ଦେଇଥାଏ। ଯେଉଁ ମହିଳାମାନେ ଛୋଟ ପିଲାଙ୍କୁ ସ୍ତନ୍ୟ ପାନ କରାଇଥାଆନ୍ତି ତାଙ୍କ ପାଇଁ ମଧ୍ୟ ଏହା ବହୁତ ଉପଯୋଗୀ। ଏହା ଦ୍ୱାରା ସ୍ତନ୍ୟ କରାଉଥିବା ମହିଳାଙ୍କର ସ୍ତନ୍ୟପାନ କ୍ଷମତା ବଢ଼ିଥାଏ।

ଆପଣ ବେଲ ପଣା ସକାଳେ ଖାଲି ପେଟରେ ବା ଦ୍ୱିପ୍ରହରେ ପିଇ ପାରିବେ। କିନ୍ତୁ ମନେରଖନ୍ତୁ ସଙ୍ଗେସଙ୍ଗେ ଖାଇବା ପରେ ବା ଚା କଫି ପିଇ ସାରିବା ପରେ ଏହାକୁ ପିଅନ୍ତୁ ନାହିଁ। କାରଣ ଏପରି କଲେ  ଲାଭ ହେବା ବଦଳରେ ଶରୀରରେ କ୍ଷତି ହୋଇପାରେ।

Spread the love