ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଘୋଷଣା: ୩ ଆମେରିକୀୟ ଅର୍ଥନୀତିଜ୍ଞ ପାଇବେ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଏଥିର ୩ ଆମେରିକୀୟ ଅର୍ଥନୀତିଜ୍ଞ ନୋବେଲ୍ ପୁରସ୍କାର ପାଇବାକୁ ଯାଉଛନ୍ତି। ଆମେରିକାର ବେନ୍ ଏସ୍‌ ବର୍ଣ୍ଣାନକେ, ସିକାଗୋ ୟୁନିଭର୍ସିଟି ଅଧ୍ୟାପକ ଡଗଲଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ୍ ଏଚ୍ ଡାଇଭିଙ୍ଗ୍‌ଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ୨୦୨୨ ପାଇଁ ମନୋନିତ କରାଯାଇଛି। ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ଏହି ୩ ଅର୍ଥନୀତିତ୍ରଙ୍କୁ ଚଳିତ ଥର ନୋବେଲ ପୁରସ୍କାର ଦିଆଯିବ।

ପୁରସ୍କାର ବିତରକ ସଂସ୍ଥା ବିଜେତାଙ୍କ ସମ୍ପର୍କରେ ସୂଚନା ଦେଇ କହିଛି ଯେ ମନୋନିତ ଅର୍ଥନୀତିଜ୍ଞମାନେ ଅର୍ଥନୀତିରେ ବ୍ୟାଙ୍କର ଭୂମିକା ବିଶେଷ କରି ଆର୍ଥିକ ସଂକଟରେ ବ୍ୟାଙ୍କର ଭୂମିକାକୁ ଲୋକଙ୍କୁ ଭଲଭାବରେ ବୁଝାଇଛନ୍ତି। ତା ଛଡ଼ା ବ୍ୟାଙ୍କିଂ ସଂକଟରୁ ରକ୍ଷା ପାଇଁ ଅର୍ଥନୀତି ପାଇଁ କାହିଁକି ମହତ୍ୱପୂର୍ଣ୍ଣ ଏହା ମଧ୍ୟ ତାଙ୍କ ଗବେଷଣାରୁ ଜଣାପଡ଼ିଛି ବୋଲି ନୋବେଲ୍ ପୁରସ୍କାର ଦାତା ସଂସ୍ଥା ରୟାଲ ସ୍ୱିଡିସ୍ ଆକାଡେମୀ କହିଛି।  

ନୋବେଲ ପୁରସ୍କାର ଅନୁସାରେ, ଡଗ୍ଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ୍ ଏଚ୍ ଡାଇଭିଙ୍ଗ୍‌ ଏକ ମଡେଲ୍ ତିଆରି କରିଛନ୍ତି। ଯେଉଁଥିରେ ବ୍ୟାଙ୍କର ଗୁରୁତ୍ୱ ସମ୍ପର୍କରେ ବୁଝାଯାଇଛି। ବ୍ୟାଙ୍କ କାହିଁକି ରହିଛି? ଅର୍ଥନୀତିରେ ଏହାର ମୂଲ୍ୟ କଣ ? ବ୍ୟାଙ୍କ ବନ୍ଦ ହେବାର ଗୁମରରେ ଏହାର କଣ ପ୍ରଭାବ ପଡ଼ିବ? ଏହାର ସମ୍ଭାବନାକୁ କେମିତି କମ କରାଯିବ ସେ ନେଇ ଏକ ତଥ୍ୟ ରହିଛି।

ଏଥିରେ କୁହାଯାଇଛି ଯେ ଯଦି ବ୍ୟାଙ୍କ ବନ୍ଦ ହେବାର ଗୁଜବ ପ୍ରଚାର ହେଲେ ତେବେ ଲୋକେ ବ୍ୟାଙ୍କରୁ ଟଙ୍କା ଉଠାଇ ନିଅନ୍ତି। ଫଳରେ ଫାଇନାନ୍ସିଆଲ୍ କ୍ରାଇସିସ୍ ଆସିଯାଇଥାଏ। ଏପରି ସ୍ତରରେ ସରକାରଙ୍କ ପକ୍ଷରୁ ଜମା ବୀମା ରାଶି ହୋଇ ବ୍ୟାଙ୍କ ବୁଡ଼ିବା ବିପଦରେ ସହାୟକ ହୋଇଥାଏ ବୋଲି ସର୍ଭେରେ କୁହାଯାଇଛି।

Spread the love