ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ। ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇ କହିଛନ୍ତି, ‘ସବୁବେଳେ ଦିଦିଙ୍କ ସହ’। ସେ ଟିଏମ୍ସି ନେତା ପାର୍ଥ ଚାଟାର୍ଜୀ ଓ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।