ହିନ୍ଦୁ ରୀତିନୀତି ଅନୁଯାୟୀ ହେଲା ‘ବେଙ୍ଗ-ବେଙ୍ଗୁଲି ବାହାଘର’, ହଜାରେ ଅତିଥିଙ୍କୁ ଦିଆଗଲା ଭୋଜି

ରାୟଗଡ ୧୨/୦୯ : ଛତିଶଗଡ଼ ରାୟଗଡ ଜିଲ୍ଲାରେ ହୋଇଥିବ ଏକ ବାହାଘରକୁ ନେଇ ଖୁବ ଚର୍ଚ୍ଚା ହେଉଛି। କାରଣ ବାହାଘର ବେଙ୍ଗ-ବେଙ୍ଗୁଲିଙ୍କର ହୋଇଛି ସେ ପୁଣି ହିନ୍ଦୁ ରୀତିନୀତି ଅନୁସାରେ। ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ ଲେଲୁଙ୍ଗାରେ ବେଙ୍ଗ-ବେଙ୍ଗୁଲି ବାହାଘର ସମ୍ପନ୍ନ ହୋଇଛି। ଏହି ବାହାଘରରେ ବର-ବଧୂ ପକ୍ଷରୁ ହଜାରେରୁ ଅଧିକ ଲୋକ ସାମିଲ ହୋଇଥିଲେ। ବାହାଘରରେ ନାଚଗୀତ ସହ ଭୋଜି ମଧ୍ୟ ହୋଇଛି। ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇଥିଲା। ମନ୍ତ୍ର ଉଚ୍ଚାରଣ ସହ ବ୍ରାହ୍ମଣ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରିଛନ୍ତି। ଧୂମଧାମରେ ହୋଇଥିବ ଏହି ବାହାଘରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଛି।

ଛତିଶଗଡ଼ର ଗ୍ରାମୀଣ ଅଞ୍ଚଳରେ ବିଶ୍ୱାସ ରହିଛି ଯେ ବେଙ୍ଗ-ବେଙ୍ଗୁଲି ବାହାଘର କଲେ ଭଲ ବର୍ଷା ହୁଏ। ଏହି ବିଶ୍ୱାସ ଅନୁଯାୟୀ, ଲେଲୁଙ୍ଗା ବ୍ଲକର ଏକ ଛୋଟ ଗାଁରେ ରୀତିନୀତି ଅନୁସାରେ ବେଙ୍ଗ-ବେଙ୍ଗୁଲି ବାହାଘର କରାଯାଇଛି।

Spread the love