ବେସନ ବର୍ଫି
ଆବଶ୍ୟକ ସାମଗ୍ରୀ
- ବେସନ – ୨ କପ୍
- ଅଳେଇଚ ପାଉଡର – ୧/୨ ଛୋଟ ଚାମଚ୍
- ପିସ୍ତା ଲମ୍ବା ପତଳା ସ୍ଲାଇସରେ କଟା ହୋଇଥିବା – ୧୦ ରୁ ୧୨
- ଆଲମଣ୍ଟ/ବାଦାମ୍ ଲମ୍ବା ପତଳା ସ୍ଲାଇସ୍ – ୧୦ ରୁ ୧୨ଟି
- ଚିନି ପାଉଡର – ୧ କପ୍
- ଦେଶୀ ଘିଅ – ୧ କପ୍
ପ୍ରସ୍ତୁତି ପ୍ରଣାଳୀ
- ପିସ୍ତା ଏବଂ ବାଦାମ୍ ସ୍ଲାଇସରେ କାଟି ନିଅନ୍ତୁ।
- ଏକ ନନ୍ ଷ୍ଟିକ୍ ପ୍ୟାନରେ ଘିଅ ଗରମ କରି ସେଥିରେ ବେସନ୍ ପକାନ୍ତୁ ଏବଂ ଧୀମା ଆଞ୍ଚରେ ଲଗାତର ଚଲାନ୍ତୁ।
- ଦଶରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ କିମ୍ବା ଯେତେ ପର୍ଯ୍ୟନ୍ତ ବେସନର ରଙ୍ଗ ବଦଳିଛି ଏବଂ ବାସ୍ନା ଆସିଛି।
- ଅଳେଇଚ ପାଉଡର, ବାଦାମ ଏବଂ ପିସ୍ତା ସ୍ଲାଇସ୍ ପକାଇ ମିଶାଇ ଦିଅନ୍ତୁ। ଆଞ୍ଚରୁ ବାହାର ବାହାର କରନ୍ତୁ ଏବଂ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ପେଶା ହୋଇଥିବା ଚିନି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
- ଏକ ଟ୍ରେରେ ଅଳ୍ପ ଘିଅ ଲଗାନ୍ତୁ, ତାହା ଉପରେ ବେସନ ମିଶ୍ରଣ ପକାଇ ସମାନ ଭାବେ ମିଶାଇ ଦିଅନ୍ତୁ। ଥଣ୍ଡା ହେବାକୁ ଦିଅନ୍ତୁ, ଏହାପରେ ନିଜ ସେପ୍ ଆକାରରେ କାଟି ଦିଅନ୍ତୁ ଏବଂ ପରଷନ୍ତୁ। ଏହାକୁ ଏୟାରଟାଇଟ୍ କଣ୍ଟେନରରେ ରଖନ୍ତୁ।
Post Views: 140