ରାଗି ଯାଉଥିଲେ ଏହି ଟିପ୍ସକୁ ଫଲୋ କରନ୍ତୁ…

କ୍ରୋଧ ମଣିଷର ପରମ ଶତ୍ରୁ। ଏହାଦ୍ୱାରା କାହିଁ କେତେ କାମ ସବୁ ବିଗିଡ଼ି ଯାଏ। ତେଣୁ ଯଦି ଏହି ସମୟରେ ନିଜ କ୍ରୋଧ ପ୍ରତି ନିୟନ୍ତ୍ରଣ ରଖିବା ଜରୁରୀ। ଯଦି ଆମେ ନିଜ ଉପରେ କାବୁ ନରଖିବା ତେବେ ଭଲ କାମ ବି ଖରାପ ହୋଇଯିବ। କ୍ରୋଧ ମଣିଷର ଏକ ଇମୋସନ। କିନ୍ତୁ ଯଦି ଏହା ଖତରନାକ ସ୍ଥିତିକୁ ପଳାଏ ତେବେ ସବୁ କିଛି ସାରିିଦିଏ।

ଏହିସମୟରେ ଅନେକ ବୁଦ୍ଧିଜୀବି ଲୋକଙ୍କୁ ଶାନ୍ତ ରହିବାର ଫର୍ମୁଲା ବତାଇଥାନ୍ତି ।ଏହା ଯୋଗାସନ ତଥା ଏକ୍ସରସାଇଜରୁ ହୋଇଥାଏ। କିମ୍ବା ଅନ୍ୟ ଉପାୟ ମଧ୍ୟ ଆପଣ ଆପଣାଇପାରିବେ। ଆଜି ଏହି ଖାସ ଟିପ୍ସ ସମ୍ପର୍କରେ ଜାଣନ୍ତୁ। ଆଉ ନିଜକୁ କ୍ରୋଧଠୁ ଦୂରେଇ ରଖନ୍ତୁ। ଏହି ଟିପ୍ସରେ ଆପଣଙ୍କ ମନ ମଧ୍ୟ ଶାନ୍ତ ରହିବ।

ଆଜିକାଲି ଅଧିକାଂଶ ଲୋକ ପ୍ରତିକଥାରେ ରାଗି ଯାଉଛନ୍ତି। ଯାହା ଏବେ ପ୍ରତ୍ୟେକଙ୍କ ପାଇଁ ବଡ ସମସ୍ୟା ପାଲଟିଛି। କିଛି ଲୋକ ଛୋଟ ଛୋଟ କଥାରେ ରାଗିଯାଇ ନିଜ ପାଇଁ ଏବଂ ଅନ୍ୟ ପ୍ରତି କ୍ଷତି ପହଞ୍ଚାଉଛନ୍ତି। ଯାହା ପରେ ଭାବିବା ବେଳକୁ ସବୁକିଛି ଓଲଟପାଲଟ ହୋଇଯାଉଛି। ତେଣୁ ନିଜର ରାଗକୁ ଶାନ୍ତ କରିବା ପାଇଁ କିଛି ଯୋଗାସନ କରିବା ହେବ, ଯାହା ଆପଣଙ୍କ କ୍ରୋଧକୁ କଣ୍ଟ୍ରୋଲ କରିବାରେ ସହାୟକ ହେବ।

ଯୋଗାସନ:

ଅତ୍ୟଧିକ ରାଗ ଆସିବା ପରେ ମଧ୍ୟ ଷ୍ଟ୍ରେସ ରହିଥାଏ। ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କ ବହୁତ ରାଗ ଆସୁଛି, ତେବେ ଏହାହକୁ ଆପଣ କଣ୍ଟ୍ରୋଲ କରିବା ଜରୁରୀ। ପ୍ରତିଦିନ ୨ ମିନିଟ୍‌ ଯୋଗାସନ କରିବା ଉଚିତ।ତେବେ କ୍ରୋଧ ବା ରାଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଏହିସବୁ ଯୋଗାସନ କରିବା ଉଚିତ।

ନିଜ ଲୋକଙ୍କ ସହ ଚିନ୍ତା ସେୟାର କରନ୍ତୁ:
ଆପଣ ଯଦି କୌଣସି ଚିନ୍ତା ବା ସମସ୍ୟା ଦେଇ ଗତି କରୁଛନ୍ତି ତେବେ ନିଜ ଲୋକଙ୍କ ସହ ସେହି କଥାକୁ ସେୟାର କରନ୍ତୁ। ସେୟାର କରିବା ଦ୍ୱାରା ଆପଣଙ୍କ ରାଗ ଟିକେ କମିଯିବ। ଏହା ଆଙ୍ଗର ମ୍ୟାନେଜମେଣ୍ଟର ସବୁଠୁ ପୁରୁଣା ଉପାୟ।

ଲମ୍ବା ନିଶ୍ୱାସ ନିଅନ୍ତୁ:
ଚିନ୍ତା କରୁଥିଲେ ଲମ୍ବା ନିଶ୍ୱାସ ନିଅନ୍ତୁ। ଏହା ସେତେ ପର୍ଯ୍ୟନ୍ତ କରନ୍ତୁ ଯେତେ ପର୍ଯ୍ୟନ୍ତ ଆପଣ ରିଲାକ୍ସ ହୋଇନାହାନ୍ତି।

ପଞ୍ଚିଂ ବ୍ୟାଗକୁ ମାରନ୍ତୁ:
ଜାପାନରେ ଅନେକ ଅଫିସରେ ପଞ୍ଚିଂ ବ୍ୟାଗ ରଖାଯାଇଥାଏ। ଏମିତିରେ ଯଦି ସିନିଅର ଗାଳି କରନ୍ତି ତେବେ ଆପଣ ନିଜ ରାଗକୁ ସେହି ମାଧ୍ୟମରେ ସାରିପାରିବେ।

Spread the love