ପାନପତ୍ର ବ୍ୟବହାରରେ କଣ ହୋଇଥାଏ

କେଶ ଝଡ଼ାକୁ କମ୍ କରିବା ପାଇଁ ପାନ ପତ୍ର ବଟାକୁ କେଶ​‌ରେ ଲଗାଇପାରିବେ। ୬ଟି ପାନ ପତ୍ର ବାଟି ସେଥିରେ ୨ଚାମଚ ନଡ଼ିଆ ତେଲ ମିଶାଇ କେଶମୂଳରେ ଲଗାଇ ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହି ଉପାୟ କଲେ କେଶ ଝଡ଼ା କମ୍ ହୁଏ।

ପାନପତ୍ରରେ ଥିବା ପୋଷକତତ୍ତ୍ବ ଆମ ତ୍ବଚାରେ ଚମକ ଆଣେ ଓ ବ୍ରଣ ହେବା କମ୍ କରେ। ୨-୩ଟି ପାନ ପତ୍ରକୁ ଗୋଟିଏ ଲିଟର ପାଣିରେ ଭଲରେ ଫୁଟାଇବେ। ସେହି ପାଣିକୁ ବାରମ୍ବାର ମୁହଁରେ ଛିଟା ମାରିଲେ ତ୍ବଚା ସମସ୍ୟା ଦୂର ହୁଏ।

 ଦେହ, ହାତ, ଗୋଡ଼ ସବୁବେଳେ କୁଣ୍ଡାଇହେଲେ ପାନପତ୍ର ଫୁଟା ପାଣିରେ ଗାଧୋଇବା ଭଲ। ଗୋଟିଏ ସପ୍ତାହ ନିୟମିତ ଗାଧୋଇଲେ ଏ ସମସ୍ୟା ଦୂର ହୁଏ।

 ପାନ ଖାଉଥିବା ଲୋକଟିର ମୁଖ ଦୁର୍ଗନ୍ଧ ମଧ୍ୟ ହୋଇନଥାଏ।

Spread the love