ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

ଭଦ୍ରକ ୧୫/୦୬ : ପୁରୁଣା ରାସ୍ତାର ଉନ୍ନତିକରଣ ପାଇଁ ଭଦ୍ରକ ବିଧାୟକ ଓ ସାଂସଦଙ୍କ ଦ୍ୱାରା ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ “ଗଣିଜାଙ୍ଗ ରାମକୃଷ୍ଣପୁର ପୁରୁଣା ରାସ୍ତାର ଉନ୍ନତିକରଣ” ପାଇଁ ୩ କୋଟି ୭୮ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ଓଲଙ୍ଗ ପଞ୍ଚାୟତ ଅଧିନସ୍ଥ ତେନ୍ତୁଳୀଗଡ଼ିଆରେ ସ୍ଥାପନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,  ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଉପସ୍ଥିତ ଥିଲେ। ଏହି ରାସ୍ତାର ଅବସ୍ଥା ବହୁତ ଦିନ ଧରି ଖରାପ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ। ଏବେ ରାସ୍ତା ସମସ୍ୟା ନିଶ୍ଚୟ ଦୂର ହେବ ବୋଲି ଭଦ୍ରକ ବିଧାୟକ କହିଛନ୍ତି।

Spread the love