ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତି କରିଛନ୍ତି । ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ଫିଡବ୍ୟାକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ନିଷ୍ପତି ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ 7 (ଜି+6 ) ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ଏଥିରେ 300 ଟି ଶର୍ଯ୍ୟା ରହିବ । ବର୍ତ୍ତମାନ ଯେଉଁ ବିଲଡିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି । ସେଥିରେ 191ଟି ଶର୍ଯ୍ୟା ରହିଛି । ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶର୍ଯ୍ୟା ସଂଖ୍ୟା 191ରୁ 300 କୁ ବୃଦ୍ଧି କରାଯିବ ।

ରୋଗୀ ମାନଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ 20 ଲକ୍ଷ ଟଙ୍କାରେ ଏକ କମ୍ପ୍ଲେକ୍ସ ନିର୍ମାଣ କରାଯିବା ସହିତ ଓ.ପି.ଡି ପଂଜୀକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ । ରୋଗୀ ଓ ଆଟେଣ୍ଡାଣ୍ଟ ମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପାର୍କିଂ ଏରିଆର ବିକାଶ କରାଯିବ । ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର‌୍ୟ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 15 ଲକ୍ଷ ଟଙ୍କାର ସହାୟତା ଦିଆଯିବ । ମିଳିଥିବା ସୂଚନା ଅନୁସାରେ ଡିସେମ୍ବର 24 ରୁ 31 ସୁଦ୍ଧା ଗ୍ରୁପ-ଏରେ 852 ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ-ବିରେ 527 ଗଣଙ୍କୁ ,ଗ୍ରୁପ-ସିରେ 1496ଜଣଙ୍କୁ ଏବଂ ଗ୍ରୁପ-ଡିରେ 291 ଜଣଙ୍କୁ ପଦୋନ୍ନତି ଦିଆଯାଇଛି ।

Spread the love