ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା ପରେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ

କୁହାଯାଏ ଭଲ ମନରେ ପୂଜା କରୁଥିବା ସମସ୍ତ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ଭଗବାନ ବିଷ୍ଣୁ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ବିଧିବତ ପୂଜା କରିବା ଦ୍ବାରା ଜୀବନରେ ସମସ୍ତ ସଙ୍କଟରୁ ମୁକ୍ତି ମିଳିବ। ଭଗବାନ ବିଷ୍ଣୁ ଜବତର ପାଳନକାରୀ। ମାନ୍ଯତା ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରି ପ୍ରସନ୍ନ କରିବା ଦ୍ବାରା ଦେବଗ୍ରହ ଗୁରୁ ମଧ୍ୟ ପ୍ରସନ୍ନ ହୁଅନ୍ତି।

ଚାକିରି କିମ୍ବା କର୍ମକ୍ଷେତ୍ରକୁ ନେଇ କୌଣସି ସମସ୍ଯା ରହିଥିଲେ ଗୁରୁ ଗ୍ରହ ଦୂର କରିଥାନ୍ତି। ଏହାସହିତ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଲେ ମଧ୍ୟ ସମସ୍ତ କଷ୍ଟ ଦୂର ହୋଇଥାଏ। ଜୀବନରେ ସୁଖଶାନ୍ତି ଫେରିଥାଏ। ବିଷ୍ଣୁଙ୍କ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ମଧ୍ୟପ୍ରସନ୍ନ ହୁଅନ୍ତି। ଧନ ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂର ହୁଏ। କେବଳ ଗୁରୁବାର ଦିନ ଏମିତି କାମ କରନ୍ତୁ, ଯାହା ଆପଣଙ୍କ ଏହି ସମସ୍ଯା ଦୂର କରିବ।

ଗୁରୁବାର ଦିନ ଭୁଲରେ ଏହିସବୁ କାମ କରନ୍ତୁ ନାହିଁ:

ଧାର୍ମିକ ମାନ୍ଯତା ଅନୁସାରେ କଦଳୀ ଗଛରେ ଦେବଗୁରୁ ବ୍ହସ୍ପତି ବାସ କରନ୍ତି। ତେଣୁ ଗୁରୁବାର ଦିନ କଦଳୀ ଗଛ ପୂଜା କରାଯାଏ। ତେଣୁ ଏହିଦିନ ଭଗବାନ ବିଷ୍ଣୁଙ୍କୁ କଦଳୀ ଅର୍ପଣ କରାଯାଏ। ତେଣୁ ଗୁରୁବାର ଦିନ କଦଳୀ ଖାଆନ୍ତୁ ନାହିଁ।

ଗୁରୁବାର ଦିନ ଖେଚୁଡୀ ଖାଆନ୍ତୁ ନାହିଁ। ଏହି ଦିନ ଖେଚୁଡୀ ଖାଇଲେ ଧନହାନୀ ହୋଇଥାଏ। ପରିବାର ଦାରିଦ୍ରତା ଆସିଥାଏ।

ଗୁରୁବାର ଦିନ ଭୁଲରେ ମଧ୍ୟ କେଶ, ଦାଢି, ନଖ କାଟନ୍ତୁ ନାହିଁ। ଗୁରୁବାର ଦିନ ଏହିସବୁ କାମ କଲେ ଗୁରୁ ଗ୍ରହ ଦୁର୍ବଳ ହୋଇଯାଏ। କର୍ମ କ୍ଷେତ୍ରରେ ବାଧା ଆସିଥାଏ।

Spread the love